Home Uncategorized ବ୍ରିଜ୍ ଉପରୁ ଇନୋଭା କାର ଖସି ୨ ଜଣକର ମୃତ୍ୟୁ

ବ୍ରିଜ୍ ଉପରୁ ଇନୋଭା କାର ଖସି ୨ ଜଣକର ମୃତ୍ୟୁ

0
(ଖୋର୍ଦ୍ଧା) ବ୍ରିଜ୍ ଉପରୁ ଇନୋଭା କାର ଖସି ୨ ଜଣକର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଯଣା ଘଟିଯାଇଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ତାଳଖେତା ରାସ୍ତାରେ । ଘଟଣା ସ୍ଥଳରେ କାର ଡ୍ରାଇଭର ଫେରାର ଥିବାବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଶନିବାର ରାତିରେ କାରଟି ଜଟଣୀରୁ ତଳଖେତା ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ବ୍ରିଜ୍ ଉପରୁ ଭାରସାମ୍ୟ ହରାଇଥିଲା । ଫଳରେ ବ୍ରିଜ୍ ୱାଲ ଭାଙ୍ଗି ନାଳରେ ପଡି ଯାଇଥିଲା । କାରଟି ବ୍ରିଜ୍ ତଳକୁ ଖସିଯିବାରେ ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନିକୁ ଖବର ଦେଇଥିଲେ । ତେବେ ଡ୍ରାଇଭର ପାଣିରୁ ବାହାରି ଆଉ ୨ ଜଣ ବ୍ୟକ୍ତି ଥିବା କହିଥିଳା । ଘଟଣାସ୍ଥଳରେ ସେ ଫେରାର ହୋଇଯାଇଥିଲା । ଅଗ୍ନିଶମ ବାହୀନି କର୍ମଚାରୀମାନେ ଖୋଜାଖୋଜି କରି କାର୍ଟିକୁ ହାଇଡ୍ରା ମେସିନ୍ ଦ୍ୱାରା ବାହାର କରିଥିଲେ । ପୋଲିସ୍ ଘଟଣାସ୍ଥଳରେ ମୃ୍ତ ଦେହଗୁଡିକୁ ବ୍ୟବଚ୍ଛେଦ ପାଇର୍ ପଠାଇଥିବା ଜଣାପଡିଛି ।