Home Uncategorized ଅଡୁଆରେ ମହିମା ମିଶ୍ର: ଜାମିନ୍ ପରେ ବି ମୁକୁଳିଲେନି

ଅଡୁଆରେ ମହିମା ମିଶ୍ର: ଜାମିନ୍ ପରେ ବି ମୁକୁଳିଲେନି

0

ଭୁବନେଶ୍ୱର- ଶିଳ୍ପପତି ମହିମା ମିଶ୍ରଙ୍କୁ କଟକ ହାଇକୋର୍ଟ ଆଜି ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ସ୍ୱିୱେଜ୍ ସିପିଂ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମାଙ୍କୁ ଜାମିନ୍ ମିଳିଛି । ମହିମାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଓ ଦୁଇ ଜାମିନଦାର ବଦଳରେ ଜାମିନ୍ ମିଳିଛି । ମହିମାଙ୍କୁ ଜାମିନ୍ ଦେବା ବଦଳରେ ହାଇକୋର୍ଟ କେତେ ସର୍ତ୍ତ ରଖିଛନ୍ତି । ସର୍ତ୍ତଗୁଡ଼ିକ ହେଲା-ମହିମା ପାରାଦ୍ୱୀପ ଯିବେ ନାହିଁ, ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବେ, ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେନି ଏବଂ ମହିମା ତାଙ୍କ ପାସ୍ପୋର୍ଟ ପୋଲିସ୍ ପାଖରେ ଦାଖଲ କରିବେ । ଜାମିନ୍ ପରେ ବି ମହିମାଙ୍କ ଘରକୁ ଯାଇପାରିବେନି କାରଣ ଅନ୍ୟ ମାମଲାଗୁଡ଼ିକରେ ମହିମାଙ୍କୁ ଜାମିନ୍ ମିଳିନି ।

LEAVE A REPLY

Please enter your comment!
Please enter your name here