Home ଅପରାଧ ଅନୁଗୁଳ: କାର୍‌ ଓଲଟି ମା-ପୁଅ ମୃତ, ବାପା ଗୁରୁତର

ଅନୁଗୁଳ: କାର୍‌ ଓଲଟି ମା-ପୁଅ ମୃତ, ବାପା ଗୁରୁତର

ଅନୁଗୁଳ: ଅନୁଗୁଳ ଠାକୁରଗଡ ଥାନା ଅଠରଫୁଟିଆ ଛକ ନିକଟରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଥିବାବେଳେ ବାପାଙ୍କୁ ଗୁରୁତର ଅବସ୍ଥାରେ ଆଠମଲ୍ଲିକ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାପାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମଳିଛି ।     ସୂଚନା ମୁତାବକ, ତାବେଡ଼ା ଗାଁର ଧୀର ବିଶ୍ୱାଳ ପରିବାର ସହିତ ଏକ କାର୍‌ ଯୋଗେ ଆଠମଲ୍ଲିକ୍‌ ଦେଉଳଝରି ଅଭିମୁଖେ ଯାଉଥିଲେ । ଅଠରଫୁଟିଆ ଛକ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ପୋଲର ୨୦ ଫୁଟ ତଳକୁ ଖସି ପଡିଥିଲା । ଅଗ୍ନିଶମ ବିଭାଗ ଓ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମା ଓ ପୁଅଙ୍କ ମୃତ ଦେହକୁ ଉଦ୍ଧାର କରିବା ସହିତ ଧୀର ବିଶ୍ୱାଳଙ୍କୁ ମଧ୍ୟ ଉଦ୍ଧାର କରିଥିଲେ ।  ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ମୃତଦେହ ରଖି ଅଠରଫୁଟିଆରେ ରାସ୍ତାରୋକ କରିଛନ୍ତି ।