Home ଅପରାଧ ଅନୁଗୁଳ: ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

0
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ଜରପଡ଼ା ଥାନା ଅଞ୍ଚଳର ଜଣେ ୫ମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଛାତ୍ରୀଙ୍କ ବାପା ଏ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଅନୀଲ ଦାସ(୨୫ ବର୍ଷ)ଙ୍କୁ ଗିରଫ କରିଛି। ପୋଲିସ ସୂତ୍ରରୁ ପ୍ରକାଶ, ଛାତ୍ରୀ ଜଣକ ଶୁକ୍ରବାର ଦିନ ୧୧ଟାବେଳେ ଶୌଚ ହେବା ପାଇଁ ବିଦ୍ୟାଳୟ ନିକଟସ୍ଥ ଏକ ନାଳକୁ ଯାଇଥିଲେ । ଛାତ୍ରୀ ଜଣକ ଫେରୁଥିବାବେଳେ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲା । ସେ କ୍ଷତାକ୍ତ ଅବସ୍ଥାରେ ସେଠାରେ ସଂଜ୍ଞାହୀନ ହୋଇ ପଡିଥିବା ବେଳେ ଅନ୍ୟ ଛାତ୍ର ଛାତ୍ରୀ ଏହା ଦେଖି ଶିକ୍ଷକଙ୍କୁ ଜଣାଇଥିଲେ ।  ଏହା ଜଣା ପଡିବାପରେ ଗ୍ରାମରେ ଏକ ବୈଠକ ବସିଥିଲା । ବୈଠକରେ ନିଷ୍ପତ୍ତି ଅନୁସାରେ ପୀଡିତାଙ୍କ ପିତା ଥାନାରେ ଏତଲା ଦେଇଥିଲେ । ପୋଲିସ ଅଭିଯୋଗ ପାଇବାପରେ ଅଭିଯୁକ୍ତ ଅନୀଲ ଦାସକୁ ଗିରଫ କରିଛି । ଘଟଣା ପାଇଁ ସ୍କୁଲ କର୍ତୃପକ୍ଷଙ୍କୁ ଦାୟୀ କରି ସ୍କୁଲ ଆଗରେ ଅଭିଭାବକ ଧାରଣା ଦେଇଛନ୍ତି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ଘଟିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।