Home ମନୋରଞ୍ଜନ ଅନ୍ତର୍ଜାତୟ ଥିଏଟର ଅଲିମ୍ପିକ୍ସ ଓଡ଼ିଶାରେ

ଅନ୍ତର୍ଜାତୟ ଥିଏଟର ଅଲିମ୍ପିକ୍ସ ଓଡ଼ିଶାରେ

ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂସ୍କୃତି ବିଭାଗ ସେକ୍ରେଟାରୀ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶାରେ ଏହା ପ୍ରଥମଥର ପାଇଁ ହେବାକୁ ଯାଉଛି। ଯାହାକି ଆମ ପାଇଁ ଗର୍ବର ବିଷୟ। ଏହି ବୃହତ ଉତ୍ସବରେ ୧୪ଟି ବିଶ୍ୱସ୍ତରୀୟ ପ୍ରଦର୍ଶନ ସହିତ ଲୋକପ୍ରିୟ ଥିଏଟରର ସ୍ବତନ୍ତ୍ର ପ୍ଲେ ତଥା ଗଳ୍ପ ହାକିମ ସାହେବ, ଇଶ୍କ ମଲାଙ୍ଗି, ଶ୍ରୀ ରାମ ବିଜୟ, ମୋହାଜୋନର ନାଓ, ମାଟବ୍ରିଙ୍ଗ ଇତ୍ୟାଦି ପ୍ରଦର୍ଶିତ ହେବ। ଅନ୍ୟାନ୍ୟ ପ୍ଲେ ମଧ୍ୟରେ ବିରୋଧିଟିଲକା, ବେହଦ ନଫରତ କେ ଦିନୋ ମେ’, ମ୍ୟାନ୍‌ ଅଫ୍‌ ଦି ହାର୍ଟ ତଥ୍ୟାଦି ପ୍ରଦର୍ଶିତ ହେବ।