Home ଓଡିଶା ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲା: ପ୍ରଦୀପ ସେଠୀଙ୍କୁ ୭ବର୍ଷ ଜେଲ୍‌

ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲା: ପ୍ରଦୀପ ସେଠୀଙ୍କୁ ୭ବର୍ଷ ଜେଲ୍‌

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଆଜି ୭ବର୍ଷ ଜେଲ ଦଣ୍ଡ ହୋଇଛି । ଭୁବନେଶ୍ୱର ସିଜେଏମ୍‌ କୋର୍ଟ ଦ୍ୱାରା ଏହି ରାୟ ପ୍ରକାଶ ପାଇଛି । ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ମନୋଜ କୁମାର ପଟ୍ଟନାୟକ ଓ ଶ୍ରୀକୃଷ୍ଣ ପାଢ଼ୀଙ୍କୁ ମଧ୍ୟ ୭ବର୍ଷ ଲେଖାଏଁ ଜେଲ ଦଣ୍ଡ ହୋଇଥିବା ଜଣାପଡ଼ିଛି । ସ୍ୱର୍ଣ୍ଣ ଅର୍ଥତତ୍ତ୍ୱ ଯୋଜନାରେ ନିବେଶ କରିଥିବା ଜଣେ ଜମାକାରୀ ୨୦୧୨ରେ ଖାରବେଳ ନଗର ଥାନାରେ ଅଭିଯୋଗ କରିବା ପରେ ୨୦୧୩ରେ ଗିରଫ ହୋଇଥିଲେ ପ୍ରଦୀପ ସେଠୀ । ଏଟି ଗ୍ରୁପ୍ ଠକେଇ ମାମଲାରେ ପୂର୍ବରୁ ସିବିଆଇ କୋର୍ଟ ପ୍ରଦୀପଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ସେହିଭଳି ଦୁଇ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଓ ଶ୍ରୀକୃଷ୍ଣ ପାଢ଼ୀଙ୍କୁ ୪ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଥିଲା ।