Home Uncategorized ଅର୍ଥତତ୍ତ୍ୱ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀ ଦୋଷୀ ସାବ୍ୟସ୍ତ, ୭ ବର୍ଷ ଜେଲ ଦଣ୍ଡ ସହ...

ଅର୍ଥତତ୍ତ୍ୱ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀ ଦୋଷୀ ସାବ୍ୟସ୍ତ, ୭ ବର୍ଷ ଜେଲ ଦଣ୍ଡ ସହ ୨ ଲକ୍ଷ ଟଙ୍କାର ଜରିମାନା

0
ସମ୍ବଲପୁର: ଏକ ଠକେଇ ଅଭିଯୋଗରେ ଏଟି ଗ୍ରୁପ୍‌ ଅଧ୍ୟକ୍ଷ ପ୍ରଦୀପ ସେଠୀଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ସେହିପରି ଆବେଦନକାରୀଙ୍କୁ ୨ଲକ୍ଷ ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମ୍ବଲପୁର ସିଜେଏମ୍‌ କୋର୍ଟରେ ବୁଧବାର ଏହି ମାମଲାର ରାୟ ପ୍ରକାଶ ପାଇଛି । ଦଫା ୪୨୦ ଧ ୧୨୦ ଦଫା ଅନୁସାରେ ୫ ବର୍ଷ ଜେଲଦଣ୍ଡ ଓ ସେକ୍ସନ ଫୋର ଅନୁସାରେ ୨ ବର୍ଷ କାରାଦଣ୍ଡ ହୋଇଛି । ସୂଚନାଯୋଗ୍ୟ, ବୁର୍ଲା ଏମ୍‌ସିଏଲ ଆନନ୍ଦବିହାର ଅଞ୍ଚଳର ରଘୁମଣି ଦାସ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ପ୍ରଦୀପଙ୍କୁ ବିଚାରପତି ଏହି ଦଣ୍ଡାଦେଶ ଦେଇଛନ୍ତି । ୨୦୧୩ ମସିହାରେ ରଘୁମଣି ଏଟି ଗ୍ରୁପ୍‌ରେ ୬ ଲକ୍ଷ ଟଙ୍କା ମନିବ୍ୟାକ୍‌ ପଲିସି କରିଥିଲେ । ହେଲେ ପରେ ସେ ଜାଣିପାରିଥିଲେ ଯେ, ଠକେଇର ଶିକାର ହୋଇଛନ୍ତି । ଏଣୁ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହି ଅଭିଯୋଗକୁ ଆଧାର କରି ଗତ ସେପ୍ଟେମ୍ବର ୧୩ ତାରିଖରେ ପ୍ରଦୀପଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା । ଅନ୍ୟପକ୍ଷେ ଏହି ମାମଲା ସିଜେଏମ୍‌ କୋର୍ଟକୁ ଯାଇଥିବାରୁ ଗତ ୨ ଦିନ ହେଲା ପ୍ରଦୀପଙ୍କୁ ସିଜେଏମଙ୍କ କୋର୍ଟରେ ହାଜର କରାଯାଉଥି