Home Uncategorized ଅାନ୍ତଃରାଜ୍ୟ ବିସ୍ଫୋରକ ଚାଲାଣ ରାକେଟ ପର୍ଦ୍ଦାଫାଶ୍

ଅାନ୍ତଃରାଜ୍ୟ ବିସ୍ଫୋରକ ଚାଲାଣ ରାକେଟ ପର୍ଦ୍ଦାଫାଶ୍

0

ବଲାଙ୍ଗିର : ବଲାଙ୍ଗିରରୁ ଧରାପଡ଼ିଛନ୍ତି ୪ ଆନ୍ତଃରାଜ୍ୟ ବିସ୍ଫୋରକ ଚାଲାଣ ରାକେଟ୍‌ର ସଦସ୍ୟ । ବିସ୍ଫୋରକ ଷ୍ଟକ୍ ରଖିଥିବା ଅଭିଯୋଗରେ ପୋଲିସ୍‌ ଏମାନଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଟିଟିଲାଗଡ଼ର ୨ ବେପାରୀ ଓ ଅନ୍ୟ ୨ ଜଣ ଅଛନ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ପୋଲିସ ସୂଚନା ଦେଇଛି ।

ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ଢେଙ୍କାନାଳରୁ ବିସ୍ଫୋରକ ଦୁଇଟି ପିକଅପ୍ ଭ୍ୟାନ୍ ରେ ଟିଟିଲାଗଡକୁ ଚାଲଣ ହେଉଥିବା ବେଳେ ବଲାଙ୍ଗିର ନିକଟସ୍ଥ ରତନପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ ଟ୍ରକ୍ ସହ ବସ୍ଫୋରକ ଭ୍ୟାନ୍ ଧକ୍କା ପରେ ଭ୍ୟାନ୍ ଚାଳକ ଟ୍ରକ୍ ଚାଳକଙ୍କୁ ପିଟିଥିଲେ । ଏହି ଘଟଣାରେ ଟ୍ରକ୍ ଚାଳକ ତୁସୁରା ଥାନାରେ ଏକ ଏତଲା ଦେଇଥିଲା । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଗାଡି ମଧ୍ୟରୁ ବିସ୍ପୋରକ ଜବତ କରିବା ସହ ଭ୍ୟାନ୍ ଚାଳକଙ୍କୁ ଗିରଫ କରିଥିଲା । ବିସ୍ଫୋରକ ବିକିଥିବା ଢେଙ୍କାନାଳର ଏକ ଦୋକାନ ଉପରେ ପୋଲିସ ଚଢଉ କରିଥିଲା କିନ୍ତୁ ଘଟଣାସ୍ଥଳରୁ ଉକ୍ତ ବେପାରୀ ଫେରାର ହୋଇ ଯାଇଥିଲା ।

LEAVE A REPLY

Please enter your comment!
Please enter your name here