Home ଅପରାଧ ଆଇଆଇସିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ପୋଲିସ କର୍ମଚାରୀ

ଆଇଆଇସିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ପୋଲିସ କର୍ମଚାରୀ

0

 ଭୁବନେଶ୍ୱର: ଭୁବନେଶ୍ୱର ଜିଆରପି ଥାନା ଆଇଆଇସି ସୌଭାଗ୍ୟ ରଞ୍ଜନ ସ୍ୱାଇଁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଛି ।  ଜଣେ ମହିଳା ସବ୍ ଇନସ୍‌ପେକ୍ଟର ଏହି ଅଭିଯୋଗ ଆଣିଛନ୍ତି।  ଗତ ୨୦୧୫ ମସିହାରେ ଦୁଷ୍କର୍ମ ହୋଇଥିବା ନେଇ ସଂପୃକ୍ତ ଏସ୍‌ଆଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ୧୬୧ ସିଆରପିସି ଧାରାରେ ମହିଳା ଏସ୍‌ଆଇଙ୍କ ବୟାନ ରେକର୍ଡ କରାଯାଇଛି । ଏହି ଅଭିଯୋଗକୁ ମିଥ୍ୟା ବୋଲି ଆଇଆଇସି ସୌଭାଗ୍ୟ ରଂଜନ ସ୍ୱାଇଁ କହିଛନ୍ତି । ଏତେ ଦିନ ପରେ ଏପରି ମିଛ ଅଭିଯୋଗ କରାଯାଉଥିବା କୁହାଯାଇଛି । ୨୦୧୫ ମସିହା ସମୟରେ ଦୁର୍ଗା ପୂଜା ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ମହିଳା ଏସ୍‌ଆଇ ଜଣଙ୍କ ଯାଇଥିଲେ ଓ ବହୁ ଦିନ ପର୍ଯ୍ୟନ୍ତ ଫେରି ନ ଥିଲେ ।  କାହାକୁ ନ ଜଣାଇ ଅନୁପସ୍ଥିତ ଥିବାରୁ ମହିଳା ଏସ୍‌ଆଇଙ୍କୁ ନିଲମ୍ବିତ କରାଯାଇଥିଲା । ତତ୍‌କାଳୀନ ଏସ୍‌ପି ତାଙ୍କୁ ନିଲମ୍ବିତ କରିଥିଲେ । ଏବି ପୋଲିସ ବିଭାଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ କଳା ଦାଗ ଦିଆଯାଇଥିଲା । ଏହାପରେ ସେତେବେଳେ ମହିଳା ଏସ୍‌ଆଇ ଜଣଙ୍କ ତାଙ୍କ ନାମରେ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ସୌଭାଗ୍ୟ ରଞ୍ଜନ କହିଛନ୍ତି । ସ୍ୱତନ୍ତ୍ର ସେଲ୍‌ ଦ୍ୱାରା ଏହାର ତଦନ୍ତ ହୋଇଥିଲା ଏ ନିର୍ଯ୍ୟାତନା ଅଭିଯୋଗ ମିଛ ବୋଲି ପ୍ରମାଣିତ ହୋଇଥିଲା ବୋଲି  ସୌଭାଗ୍ୟ ରଞ୍ଜନ କହିଛନ୍ତି । ଅଭିଯୋଗକାରିଣୀଙ୍କ ବଦଳି ଏବେ କଟକକୁ ହୋଇଯାଇଛି ।

 

LEAVE A REPLY

Please enter your comment!
Please enter your name here