Home Uncategorized ଆଇଓସିଏଲ ବିବାଦର ସମାଧାନ, ବାର୍ଷିକ ୭୦୦କୋଟିର ଋଣ ଦେବେ ରାଜ୍ୟ ସରକାର

ଆଇଓସିଏଲ ବିବାଦର ସମାଧାନ, ବାର୍ଷିକ ୭୦୦କୋଟିର ଋଣ ଦେବେ ରାଜ୍ୟ ସରକାର

0
ନୂଆଦିଲ୍ଲୀ:  ଆଇଓସିଏଲ ପ୍ରସଙ୍ଗକୁ ନେଇ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଗତକାଲିର   ବୈଠକ  ଏକ ପ୍ରକାର ସଫଳ  ହୋଇଛି ।  ରାଜ୍ୟ ସରକାର  ଓ ଇଣ୍ଡିଆନ୍‌ ଅଏଲ୍ କର୍ପୋରେସନ୍‌ ମଧ୍ୟରେ କର ରିହାତି ଓ ଋଣ ଆଦାନ ପ୍ରଦାନ  ନେଇ  ସୃଷ୍ଟି  ହୋଇଥିବା  ବିବାଦର  ସମାଧାନ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇ କହିଛନ୍ତି, ୨୦୧୬-୧୭ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ବିନା ସୁଧରେ ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୭୦୦ କୋଟି ଟଙ୍କା ଲେଖାଏଁ ଆଇଓସିଏଲକୁ ଋଣ ଦେବେ । ଆଇଓସିଏଲ୍‌କୁ VGF(Viability Gap Funding ) ପାଇଁ ଏହି ଟଙ୍କା ଦିଆଯିବ । ୧୬ତମ ବର୍ଷରୁ ଆଇଓସିଏଲ ଏହାକୁ ପରିଶୋଧ କରିବା ଆରମ୍ଭ କରିବ । ସେହିଭଳି ୨୦୧୬-୧୭ରେ ଆଇଓସିଏଲ ୨୨୦୦କୋଟି ଆୟ କରିଛି । ସେଥିରୁ ଆଇଓସିଏଲକୁ ରାଜ୍ୟ ସରକାର ୭୦୦କୋଟି ଦେବା ପରେ ୧୫୦୦ କୋଟି ଟଙ୍କା ରାଜସ୍ୱ ଆକାରରେ ରହିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଆଇନ୍‌ ଅନୁଯାୟୀ ଭାଟ୍ ଓ ଜିଏସ୍‌ଟି ଦେବ ଆଇଓସିଏଲ୍ । ସେହିଭଳି ୨୦୧୫-୧୬, ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ଅଦାୟ ହୋଇଥିବା ଭାଟକୁ ଖୁବଶୀଘ୍ର ଆଇଓସିଏଲ ଜମା କରିବ ବୋଲି ସ୍ଥିର ହୋଇଛି । ଏଥିସହ  ଉଭୟ ପକ୍ଷ ଏହି ବିବାଦ ନେଇ ଓଡ଼ିଶା  ହାଇକୋର୍ଟରେ ଦାୟର କରିଥିବା  ମାମଲା ପ୍ରତ୍ୟାହାର କରିବେ ।