Home Uncategorized ଆଇଟିଆର୍‌ ଫେକ୍ ପ୍ଲେସ୍‌ମେଣ୍ଟ ମାମଲା-୩ଟି କମ୍ପାନିର ୱେବ୍‌ପେଜ୍‌କୁ ହ୍ୟାକ୍ କରାଯାଇଥିଲା-କମିଶନର୍

ଆଇଟିଆର୍‌ ଫେକ୍ ପ୍ଲେସ୍‌ମେଣ୍ଟ ମାମଲା-୩ଟି କମ୍ପାନିର ୱେବ୍‌ପେଜ୍‌କୁ ହ୍ୟାକ୍ କରାଯାଇଥିଲା-କମିଶନର୍

0

ଭୁବନେଶ୍ୱର- ଫେକ୍ ପ୍ଲେସ୍‌ମେଣ୍ଟ ମାମଲାରେ ଆଇଟିଆର୍‌ ପ୍ଲେସ୍‌ମେଣ୍ଟ୍‌ ଡିନ୍ ରାଜକୁମାର ହୋତାଙ୍କୁ ତିନି ଦିନ ରିମାଣ୍ଡରେ ନେବା ପାଇଁ କମିଶନରେଟ୍ ପୋଲିସ୍ କୋର୍ଟରେ ଆବେଦନ କରିଛି ।  ଇତିମଧ୍ୟରେ ରାଜକୁମାରଙ୍କକୁ  ଜେରା ମାଧ୍ୟାମରେ କମିଶନରେଟ୍‌ ପୋଲିସ୍‌କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ବୋଲି ପୋଲିସ୍ କମିସନର୍ ୱାଇ.ବି ଖୁରାନା ସୂଚନା ଦେଇଛନ୍ତି। ସେ  କହିଛନ୍ତି ଯେ ‘ହୁଏଇ, ମିଟ୍‌ସୁବିସି ଇଲେକ୍ଟ୍ରିକ୍ ଓ ମେକାସ ଆଦି ୩ଟି କମ୍ପାନିର ୱେବ୍‌ ପେଜ୍‌କୁ ହ୍ୟାକ୍‌ କରି ଫେକ୍ ଅଫର୍  ଲେଟର୍‌ ଦିଆଯାଇଥିଲା। ଏହି ଘଟଣାରେ ଏକାଧିକ ବ୍ୟ୍ୟକ୍ତିଙ୍କର ସଂପୃକ୍ତି ରହିଛି ।  କନ୍ସଲାଟାନ୍ସିର କାର୍ଯ୍ୟକଳାପ ନେଇ ତଦନ୍ତ ଚାଲିଛି । ପ୍ଲେସ୍‌ମେଣ୍ଟ ପାଇଁ କେଉଁ କେଉଁ କର୍ମଚାରୀ ଆସିଥଲେ ତାର ଖୋଳତାଡ ଚାଲିଛି। ପ୍ଲେସ୍‌ମେଣ୍ଟ ବେଳର କିଛି ଫଟୋ କପି ହସ୍ତଗତ ହୋଇଛି।’

LEAVE A REPLY

Please enter your comment!
Please enter your name here