Home Uncategorized ଆଉ ଜଣେ ଦାନମାଝୀ: ମିଳିଲାନି ମହାପ୍ରୟାଣ ଗାଡ଼ି, ମାଆର ମୃତଦେହକୁ କାନ୍ଧରେ ବୋହିଲା ପୁଅ

ଆଉ ଜଣେ ଦାନମାଝୀ: ମିଳିଲାନି ମହାପ୍ରୟାଣ ଗାଡ଼ି, ମାଆର ମୃତଦେହକୁ କାନ୍ଧରେ ବୋହିଲା ପୁଅ

0

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲା ସୋରଡାରେ ବହୁ ଚର୍ଚ୍ଚିତ ଦାନମାଝୀ ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି । ସୋରଡ଼ା ବ୍ଲକ୍‌ ଅନ୍ତର୍ଗତ ସୋରିଷବିଲି ଗାଁର ଜଣେ ମହିଳାଙ୍କର ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମରଶରୀରକୁ ଗାଁକୁ ନେବା ପାଇଁ ଉକ୍ତ ମହିଳାଙ୍କ ପୁଅ ମହାପ୍ରୟାଣ ଗାଡ଼ି ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ।  ମାତ୍ର ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ସହାୟତା ମିଳି ନ ଥିଲା ।  ଫଳରେ ବାଧ୍ୟ ହୋଇ ଉକ୍ତ ମହିଳାଙ୍କ ମୃତ ଶରୀରକୁ ତାଙ୍କ ପୁଅ ଅନ୍ୟ ଜଣକ ସହାୟତାରେ ଗୋଟିଏ ବାଉଁଶରେ  ବାନ୍ଧି ଭାର ଭଳି ବୋହି ନେଇଥିଲେ । ପାଖାପାଖି ୨ କିଲୋମିଟର ସେ ତାଙ୍କ ମା’ଙ୍କ ମରଶରୀରକୁ ବୋହି ନେଇଥିଲେ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସାରା ରାଜ୍ୟରେ ଜନ ଅସନ୍ତୋଷ ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here