Home ଓଡିଶା ଆକ୍ରମଣକୁ ଖାତିର କଲେନି ମୁଖ୍ୟମନ୍ତ୍ରୀ, କୁମ୍ଭାରୀ ଗାଁରେ ରାତିରେ ବୁଲିଲେ ନବୀନ! ବିନା ମାଇକରେ ରୀତା...

ଆକ୍ରମଣକୁ ଖାତିର କଲେନି ମୁଖ୍ୟମନ୍ତ୍ରୀ, କୁମ୍ଭାରୀ ଗାଁରେ ରାତିରେ ବୁଲିଲେ ନବୀନ! ବିନା ମାଇକରେ ରୀତା ସାହୁଙ୍କ ପାଇଁ ମାଗିଲେ ଭୋଟ

ଚପଲ ମାଡ ଉଦ୍ୟମ ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାରରେ ବ୍ରେକ ଲାଗିନଥିଲା । ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । କୁମ୍ଭାରୀ ଗାଁରେ ଚାଲି ଚାଲି ବୁଲିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଲୋକଙ୍କୁ କହିଥିଲେ ନବୀନ । ଏପରିକି ବିନା ମାଇକରେ ନବୀନ ପ୍ରଚାର କରିବା ଲୋକଙ୍କୁ ଆଶ୍ଚଯ୍ୟ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚପଲ ମାଡ ଉଦ୍ୟମ ପରେ ମଧ୍ୟ କୁମ୍ଭାରୀ ଗାଁକୁ ମୁଖ୍ୟମନ୍ତ୍ରୀ ସୁରକ୍ଷାକର୍ମୀଙ୍କ ବିନା ଯାଇ ଲୋକଙ୍କୁ ଭୋଟ ମାଗିବା ପୁଣିଥରେ ନବୀନଙ୍କୁ ଚର୍ଚ୍ଚାକୁ ଆଣିଛି । ନବୀନ ଯେଉଁ ଗାଁରେ ପ୍ରଚାର କରିଛନ୍ତି ସେଠାକାର ବାସିନ୍ଦା ଚପଲ ମାଡ ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ।