Home Uncategorized ଆଜିଠୁ କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଆଜିଠୁ କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

0
କୋଣାର୍କ: ଆଜିଠୁ ଆରମ୍ଭ ହେଉଛି କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ୫ ଦିନ ପାଇଁ ଚାଲିବାକୁ ଥିବା ଏହି ଉତ୍ସବରେ ଭାରତ ଓ ମାଲେସିଆରୁ ୧୦ ପ୍ରମୁଖ ଡ୍ୟାନ୍ସ ଗ୍ରୁପ ଅଂଶଗ୍ରହଣ କରିବେ । ସେହିପରି ୮ଟି ବାହାର ଦେଶର ବାଲୁକା ଶିଳ୍ପୀଙ୍କ ସମେତ ଦେଶ ଭିତରୁ ୬୨ ଜଣ ବାଲୁକା ଶିଳ୍ପୀ ଏଥିରେ ଅଂଶ ଗ୍ରହଣ କରିବେ ।   ପ୍ରଥମ ଥର ପାଇଁ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ-୨୦୧୭ ମଧ୍ୟ ଆରମ୍ଭ ହେବ । ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନଗମ (ଓଟିଡିସି)ର ମିଳିତ ସହଯୋଗରେ ଏହି ଉତ୍ସବର ଆୟୋଜନ ହୋଇଛି । ପ୍ରତ୍ୟେକ ଦିନ ସଂଧ୍ୟା ୬.୩୦ରୁ ରାତି ୮.୩୦ ପର୍ଯ୍ୟନ୍ତ ସୁନାମଧନ୍ୟ କଳାକାଳଙ୍କ ଦ୍ୱାରା କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚରେ ଓଡିଶୀ, ମଣିପୁରୀ, କୁଚିପୁଡି ଓ ଭାରତନାଟ୍ୟମ ଆଦି ନୃତ୍ୟ ପରିବେଷଣ ହେବ । ସେହିପରି ଚନ୍ଦ୍ରଭାଗା ବେଳାଭୁମିରେ ସକାଳ ୯ଟାରୁ ରାତି ୯ଟା ଯାଏଁ ଆନ୍ତର୍ଜାତୟ ବାଲୁକା  କଳା ପ୍ରଦର୍ଶନୀ, ହେଲିପ୍ୟାଡରେ ମୀନାବଜାର ଓ ଅପେରାର ଆୟୋଜନ ହୋଇଛି । କୋଣାର୍କଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବକୁ ଅଧିକ ଆକର୍ଷିତ କରିବା ପାଇଁ  ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀ ଓ ଭୁବନେଶ୍ୱରରୁ କୋଣାର୍କ ଯିବା ପାଇଁ ସ୍ୱତନ୍ତ୍ର ଟୁର୍‌  ପ୍ୟାକେଜ ଘୋଷଣା କରାଯାଇଛି ।