Home Uncategorized ଆଜିଠୁ ଭିମସାର ଛାତ୍ରଛାତ୍ରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଆଜିଠୁ ଭିମସାର ଛାତ୍ରଛାତ୍ରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

0

ସମ୍ବଲପୁର: ବୁର୍ଲା ମେଡିକାଲ କଲେଜରେ ଛାତ୍ର ଅସନ୍ତୋଷ ଜୋର ଧରିଛି । ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ ହସ୍ପିଟାଲର (ଭିମସାର) ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ସରକାରୀ ନିବାସ ଉପରକୁ ଶୁକ୍ରବାର ରାତିରେ ହୋଇଥିବା ଆକ୍ରମଣ ପରେ ଭିମସାରରେ ସୃଷ୍ଟ ଅପ୍ରୀତିକର ପରିସ୍ଥିତି  ନେଇ ମେଡିକାଲ୍ ପିଜି ଛାତ୍ର ରବିବାର ଅପରାହ୍ନରୁ ଅନ୍ଦୋଳନ ଆରମ୍ଭ କରିଛନ୍ତି । ପୋଲିସ ସୁରକ୍ଷା ଯୋଗାଇଦେବା ସହ ଭିମସାର ଅଧ୍ୟକ୍ଷ ଆସି ତାଙ୍କ ସହ ଆଲୋଚନା କରନ୍ତୁ ବୋଲି ମେଡିକାଲ୍ ଛାତ୍ର ଦାବି କରିଛନ୍ତି । ଏହା ସହ କଲେଜ ମୁଖ୍ୟ ଫାଟକରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି ।
ଅନ୍ୟ ପକ୍ଷରେ ଭିମସାର ନିର୍ଦେଶକଙ୍କ ଘର ଉପରକୁ ପଥର ପିଙ୍ଗିବା ଘଟଣା ପ୍ରତିବାଦରେ ବିଭିନ୍ନ ସଂଗଠନ ଓ ସ୍ଥାନୀୟଲୋକଙ୍କ ପକ୍ଷରୁ ଆସନ୍ତା କାଲି ୧୨ଘଣ୍ଟା ବନ୍ଦ ପାଳନ କରାଯିବା ବୋଲି ଚେତାବନୀ ଦିଆଯାଇଛି ।
 
 

LEAVE A REPLY

Please enter your comment!
Please enter your name here