Home ଓଡିଶା ଆଜିଠୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ

ଆଜିଠୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ

ମାଲକାନଗିରି: ଆଜିଠୁ ମାଓବାଦୀମାନେ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି । ଏଥିପାଇଁ ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିଭିନ୍ନ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।  ପିଏଲଜିଏ ସପ୍ତାହର ପ୍ରଥମ ଦିନଠାରୁ ହିଁ ମାଲକାନଗିରି ଜିଲ୍ଲାରେ ସମସ୍ତ ସରକାରୀ ବସ ଚଳାଚଳ ବନ୍ଦ ହୋଇଯାଇଛି, ବିଭିନ୍ନ ଉପାନ୍ତ ଅଞ୍ଚଳରେ ବିଦ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲୁଛି । ଡିସେମ୍ବର ୨ ଠାରୁ ୮ ତାରିଖ ପ୍ରତି ବର୍ଷ ମାଓବାଦୀମାନେ ଏହି ସପ୍ତାହ   ପାଳନ କରିଥାଆନ୍ତି  । ଏହି ଅବସରରେ ବିଭିନ୍ନ ଗାଁମାନଙ୍କରେ ମାଓ ସଙ୍ଗଠନ ପକ୍ଷରୁ ଲୋକଙ୍କୁ ସଂଗଠନ ବିଷୟରେ ସୂଚନା ଦେବାପାଇଁ ସଭାର ଆୟୋଜନା କରାଯାଇଛି । ଏହାକୁ ନଜରରେ ରଖି ମାଓ ପ୍ରଭାବତି ଅଞ୍ଚଳରେ ବିଏସ୍‌ଏଫ୍‌, ଏସ୍‌ଓଜି ଓ ରାଜ୍ୟ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଉଛି । ରାୟଗଡ଼ାର ୮ଟି ରୁଟରେ ସରକାରୀ ବସ୍‌ ଯାତାୟତ କରୁ ନାହିଁ । ସେହିପରି ମାଲକାନଗିରିରେ ମଧ୍ୟ ବିଭିନ୍ନ ରୁଟରେ ସରକାରୀ ବସ୍‌ ବନ୍ଦ ରହିଛି।