Home Uncategorized ଆଜିଠୁ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ, ଫୁଲବାଣୀରୁ ମିଳିଲା ମାଓ ପୋଷ୍ଟର

ଆଜିଠୁ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ, ଫୁଲବାଣୀରୁ ମିଳିଲା ମାଓ ପୋଷ୍ଟର

0

ଭୁବନେଶ୍ୱର : ଆଜିଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ପାଳିବେ ସହିଦ ସପ୍ତାହ ।  ପୋଲିସ ଗୁଳିରେ ମୃତ ମାଓବାଦୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଲାଲବାହିନୀ ପକ୍ଷରୁ ଏହି ସପ୍ତାହ ପାଳନ କରାଯାଇଛି । ପିଏଲ୍‌ଜିଏ ସପ୍ତାହ ପାଳନ ପାଇଁ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।  ମାଓ ଉପଦ୍ରୁତ ଅଞ୍ଚଳଗୁଡ଼ିକରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ସହିଦ ସପ୍ତାହ ପାଳନ ପାଇଁ ସିପିଆଇ ମାଓବାଦୀ ପକ୍ଷରୁ ଫୁଲବାଣୀ ଜିଲ୍ଲା ବାଲିଗୁଡା ପରମପୁଙ୍ଗା ନିକଟରେ ମାଓ ପୋଷ୍ଟର ଲଗାଯାଇଛି । ପରମପୁଙ୍ଗା ନିକଟ ଜଙ୍ଗଲରେ ଲାଗିଛି ୩ଟି ପୋଷ୍ଟର ଓ ବ୍ୟାନର ।

LEAVE A REPLY

Please enter your comment!
Please enter your name here