Home Uncategorized ଆଜିର ରାଶିଫଳ (ଗୁରୁବାର)

ଆଜିର ରାଶିଫଳ (ଗୁରୁବାର)

0

ମେଷ – ପାରିବାରିକ ସ୍ଥିିତି ଭଲ ରହିଲେ ମଧ୍ୟ ଶନିଙ୍କ ଦୃଷ୍ଟିରୁ ବିଶୃଙ୍ଖଳା ଦେଖା ଦେଇପାରେ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ଅର୍ଥ ହାନୀ ହେବ । ସଫଳତା ହାତଛଡା ହୋଇଯିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ବୃଷ – ଧନହାନି କିମ୍ବା ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କୀୟ ବିବାଦ ସୃଷ୍ଟି ହୋଇପାରେ । ସଫଳତା ମିଳିବ । ଉପରିସ୍ଥ କର୍ମଚାରୀଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ମିଥୁନ – ସଫଳତାକୁ ହାତଛଡା କରନ୍ତୁ ନାହିଁ । ଟିକିଏ କଥାରେ ଉତ୍ତେଜିତ ହୋଇପଡିବା ଦ୍ୱାରା ସମସ୍ୟା ବଢିଯିବ । ଘର କାମରେ କିମ୍ବା ନୂତନ କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

ର୍କକଟ – କାର୍ଯ୍ୟ ତତ୍ପର ରହିବେ । କର୍ମକ୍ଷେତ୍ରରେ ଅସ୍ଥିରତା ଲାଗି ରହବା ସଙ୍ଗକୁ ମାମୁଲି ଘଟଣାରେ କଳହ ଲାଗିପାରେ । ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା ହେତୁ ସାମୟିକ ବ୍ୟସ୍ତ ରହିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ସିଂହ – ଉନ୍ନତିର ମାର୍ଗ ମିଳିବ । କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଖୁସୀରେ କଟିବ । ବଜେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିବାକୁ ପଡିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।

କନ୍ୟା – ଭଲ କାର୍ଯ୍ୟ କରି ପ୍ରଶଂସିତ ହେବେ । ପାରିବାରିକ ଅଶାନ୍ତି ଓ କଳହ ଦେଖା ଦେବ । ବାକ୍ ଅସଂଯମତା ଯୋଗୁଁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । ଗୃହିଣୀମାନେ ସୌଭାଗ୍ୟ ପ୍ରାପ୍ତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ତୁଳା – ଅର୍ଥ ହାନୀ ହେବ । ପାରିବାରିକ ଜୀବନରେ ଛୋଟ କଥାରୁ ଅଶାନ୍ତି ଉପୁଜିବ । ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

ବିଛା – ଭ୍ରମଣ ଯୋଗ କ୍ଷତି କାରକ ହେବ । ଯେଉଁ କାମ କରିବେ ସୁବିଧାରେ ସମ୍ପନ୍ନ ହେବ । ନିଜ ପାଖ ଲୋକମାନେ ଈର୍ଷାପରାୟଣ ହୋଇ ଅପପ୍ରଚାର କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ଧନୁ – ଶନି ଓ ରାହୁଙ୍କ କୁପ୍ରଭାବରେ ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ଭୁଲ୍ ଧାରଣା ପୋଷଣ କରିପାରେ । କର୍ମକ୍ଷେତ୍ରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ବଦଖର୍ଚ୍ଚୀ ହୋଇପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

ମକର – ଉନ୍ନତିର ମାର୍ଗ ମିଳିବ । ପୂର୍ବସ୍ଥିରୀକୃତ ଯୋଜନା ଠିକ୍ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ । ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।

କୁମ୍ଭ – କାର୍ଯ୍ୟରେ ସଫଳ ହେବେ । ଅର୍ଥ ଲାଭ ହେବ । ବନ୍ଧୁମାନଙ୍କ ସହ-ଯୋଗରେ ଦୀର୍ଘଦିନରୁ ରହିଥିବା ବଜେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଗୃହିଣୀମାନେ ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ମୀନ – କାର୍ଯ୍ୟ ତତ୍ପର ରହିବେ । ଅନ୍ୟମାନଙ୍କୁ ମନେଇ ଆପଣାର କରିବାରେ ସମର୍ଥ ହେବେ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

The post ଆଜିର ରାଶିଫଳ (ଗୁରୁବାର) appeared first on Odisha Khabar.