Home ଆଜିର ଭାଗ୍ୟଫଳ ଆଜିର ରାଶିଫଳ (ଶୁକ୍ରବାର) – Odisha Khabar

ଆଜିର ରାଶିଫଳ (ଶୁକ୍ରବାର) – Odisha Khabar


ମେଷ – କର୍ମଜୀବିମାନେ ସ୍ୱକାର୍ଯ୍ୟ କରିବେ । ପାରିବାରିକ ପରିସ୍ଥିତି ପୂର୍ବପରି ରହିବା ସହ ବନ୍ଧୁଙ୍କ ସହାୟତାରୁ ଅର୍ଥ ପାଇବେ । କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟରେ ଅଗ୍ରଗତି ଘଟିବାର ଆଶା ରହିଛି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।

ବୃଷ – ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ଭ୍ରମଣ ଯୋଗ କ୍ଷତି କାରକ ହେବ । କିନ୍ତୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ଫଳରେ ମାନସିକ ସ୍ଥିରତା ରହି ନ ପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

ମିଥୁନ – ଭ୍ରମଣ ଯୋଗ କ୍ଷତି କାରକ ହେବ । ଷଷ୍ଠାଧିପଙ୍କ କୁପ୍ରଭାବରୁ ସମସ୍ୟା ସମାଧାନ ହେବା ବଦଳରେ ଜଟିଳତା ଧାରଣ କରିବ । ପ୍ରଶାସନିକ ସ୍ତରରେ କିମ୍ବା ସଭାସମିତିରେ ଆଲୋଚନା ଅମୀମାଂସୀତ ରହିଯିବାର ସୂଚନା ରହିଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

କର୍କଟ – ଭ୍ରମଣ ଯୋଗ କ୍ଷତି କାରକ ହେବ । ଚନ୍ଦ୍ର କର୍ମସ୍ଥାନରେ ରହିଥିବାରୁ କାମ ନ ଅଟକିଲେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ୟା ଦେଖା ଯିବ । ପାପଗ୍ରହ ମଧ୍ୟସ୍ଥ ରାଶାଧିପ କାରଣରୁ ଦୈହିକ ଦୁର୍ବଳତା ଜନିତ ମନୋବଳ କମି ଯାଇପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ସିଂହ – କର୍ମ କ୍ଷେତ୍ରରେ ଉନ୍ନତି ମିଳିବ । ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରି ମାନସିକ ସ୍ଥିତି ଭଲ ରହି ନ ପାରେ । କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡି ପ୍ରତ୍ୟେକ କଥାକୁ ଠିକ୍ ଭାବେ ବୁଝିପାରିବେନି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

କନ୍ୟା – ସଫଳତାକୁ ହାତଛଡା କରନ୍ତୁ ନାହିଁ ।ଅଷ୍ଟମସ୍ଥ ଚନ୍ଦ୍ର ଯୋଗୁ ଆଜିର କାମରେ ବିଶୃଙ୍ଖଳା କାରଣରୁ ମନ ଭଲ ରହିବ ନାହିଁ । ଏଣେ ପରିବାରରେ ଭାଇଙ୍କ ସହ ମତାନ୍ତର ଯୋଗୁ ଦୁଶ୍ଚିନ୍ତା ବୃଦ୍ଧି ପାଇବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ତୁଳା – ଶୁଭଚନ୍ଦ୍ର ପ୍ରଭାବରୁ ସକାଳୁ ସକାଳୁ ମନ କୌଣସି ଶୁଭ ଖବର ପାଇ ଖୁସୀ ହୋଇଯିବ । ବଦଖର୍ଚ୍ଚୀ ହେବେ । ଅର୍ଥ ଓ ସମ୍ମାନ ପାଇବେ ଏବଂ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମ ମୁର୍ଖର ହେବେ । ସଦ୍‌ବ୍ୟବହାର କରନ୍ତୁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ବିଛା – ଅର୍ଥ ହାନୀ ହେବ । ଧର୍ମସଂକଟରେ ପଡି ବନ୍ଧୁଙ୍କ କାମରେ ସାହାର୍ଯ୍ୟ, ସହ-ଯୋଗ କରିବାରେ ପଶ୍ଚାତ୍‌ପଦ ହେବେ ।ସଫଳତା ହାତଛଡା ହୋଇଯିବ । ଘରେ ଅନ୍ୟମନସ୍କ କାରଣରୁ ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

ଧନୁ – ସଫଳତା ମିଳିବ । ଆଜି ଯାତ୍ରା, ବାଣିଜ୍ୟ , ବନ୍ଧୁ ମିଳନ, ଅର୍ଥ ସମ୍ପର୍କ ପ୍ରଭୃତିରୁ ସୁଫଳ ପାଇବେ । କିନ୍ତୁ ବିବାଦରୁ ଦୂରେଇ ନ ରହିଲେ ଅପଦସ୍ଥ ହେବାକୁ ପଡିବାର ଆଶଙ୍କା ରହିଛି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

ମକର – ପ୍ରଶଂସିତ ହେବେ । ସଫଳତା ମିଳିବ । ପରିବାର ସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତିଜନିତ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ । ଅବଶ୍ୟ ଶୁକ୍ରଙ୍କ ସ୍ଥିତି କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

କୁମ୍ଭ – ବଦଖର୍ଚ୍ଚୀ ହେବେ । ଶତ୍ରୁହନ୍ତା ହେବେ । କର୍ମକ୍ଷେତ୍ରରେ ହାତକୁ ନେଇଥିବା କାମଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ରବି ଓ ରାହୁ ସହ ବୁଧଙ୍କ ସମ୍ପୃକ୍ତିରୁ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

ମୀନ – ଅର୍ଥ ଲାଭ ହେବ । ଭାଗ୍ୟାଧିପତିଙ୍କ ଅନୁଗ୍ରହରୁ ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ । ପ୍ରିୟଜନଙ୍କ ଉପକାର ଚିନ୍ତା ଓ ସାହାର୍ଯ୍ୟ କରି ମଧ୍ୟ ପ୍ରତିଦାନରେ କିଛି ପାଇବେ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।