Home Uncategorized ଆଜି ଆଲୋକର ପର୍ବ ଦୀପାବଳି, ଉତ୍ସବମୁଖର ସାରା ରାଜ୍ୟ

ଆଜି ଆଲୋକର ପର୍ବ ଦୀପାବଳି, ଉତ୍ସବମୁଖର ସାରା ରାଜ୍ୟ

0
ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳି ପାଳନ ପାଇଁ ଉତ୍ସବ ମୁଖର ସାରା ଦେଶ । ଦୀପ, ବାଣ ସହ ପୂଜାଚ୍ଚର୍ନା ପାଇଁ ଘରେ ଘରେ ଜୋରଦାର ହୋଇଛି ପ୍ରସ୍ତୁତି । ରାମାୟଣରେ ବର୍ଣ୍ଣିତ ଥିବା ପୌରାଣିକ କଥାବସ୍ତୁ ଅନୁସାରେ ଲଙ୍କାରେ ରାବଣକୁ ବଦ୍ଧ କରି ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର ଦେବୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟାକୁ ଫେରିଥିଲେ । ଦୀର୍ଘ ଚଉଦ ବର୍ଷ ପରେ ନିଜର ପ୍ରିୟ ରାମ, ସୀତା ଓ ଲକ୍ଷ୍ମଣଙ୍କୁ ପାଇବା ପରେ ଅଯୋଧ୍ୟବାସୀ ଖୁସିରେ ବିଭୋର ହୋଇଯାଇଥିଲେ । ସମସ୍ତେ ଆନନ୍ଦଉଲ୍ଲାସ ମନାଇବା ସହିତ ଦୀପ ଜାଳି ପ୍ରଭୁଙ୍କୁ ସ୍ୱାଗତ କରିଥିଲେ । ସେହିଦିନ ଠାରୁ ଦୀପାବଳୀ ପାଳନ କରାଯାଏ ବୋଲି ପୁରାଣରେ ବର୍ଣ୍ଣିତ ଅଛି । ଦୀପାବଳି ପାଇଁ ଉତ୍ସବମୁଖର ସାରା ରାଜ୍ୟ । ଓଡିଶାରେ ଦୀପାବଳି ବେଶ ନିଆରା ଢଙ୍ଗରେ ପାଳନ କରାଯାଏ । ଏହି ପର୍ବରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ଲୋକେ ସେମାନଙ୍କୁ ସ୍ମରଣ କରିଥାନ୍ତି । ରାତିରେ କାଉଁରିଆ (ପିମ୍ପେଇ)କାଠି ଜାଳି ବଡବଡୁଆଙ୍କୁ ଆବାହନ କରନ୍ତି । ଗାଁଠୁ ସହର ସବୁଠି କୁହାଯାଏ ‘ବଡବଡୁଆ ହୋ ଆଲୁଅରେ ଆସ, ଅନ୍ଧାରରେ ଯାଅ’ । ଦୀପାବଳି ପାଇଁ ଓଡିଶାର ଘରେଘରେ ବିଭିନ୍ନ ପ୍ରକାରର ପିଠାପଣା ପ୍ରସ୍ତୁତ କରାଯାଇଥାଏ । ଆଜି ଲଘୁଚାପ ବର୍ଷା ଦୀପାବଳିକୁ ଫିକା ପକାଇ ଦେଇଛି । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଯଦି ରାତିରେ ଏହା ଲାଗିରହେ ତେବେ ଲୋକେ ବାହାରେ ଦୀପଜାଳି ପାରିବେ ନାହିଁକି ବାଣ ଫୁଟାଇ ପାରିବେ ନାହିଁ ।