Home Uncategorized ଆଜି ଆସୁଛନ୍ତି ଉପରାଷ୍ଟ୍ରପତି

ଆଜି ଆସୁଛନ୍ତି ଉପରାଷ୍ଟ୍ରପତି

0

ଭୁବନେଶ୍ୱର : ଶୁକ୍ରବାର ସଂଧ୍ୟାରେ ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡୁ ଭୁବନେଶ୍ୱର ଆସୁଛନ୍ତି । ଶ୍ରୀ ନାଇଡୁ ଶନିବାର କିଟ୍‌ ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବାକୁ ଶୁକ୍ରବାର ଓଡ଼ିଶା ଆସୁଛନ୍ତି । ଏହି ଉତ୍ସବରେ ସେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟପାଳ ଡ.ଏସ୍‌.ସି. ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜର୍ମାନର ନୋବେଲ୍‌ ବିଜେତା ପ୍ରଫେସର ଡ. ହାରାଲ୍‌ଡ ଜୁର୍‌ ହୁସେନ୍‌ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୧୦ବର୍ଷ ଧରି କିଟ୍‌ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରତିବର୍ଷ ଜଣେ ଲେଖାଏଁ ନୋବେଲ ବିଜେତା ଯୋଗଦେଇ ଆସୁଛନ୍ତି । ଚଳିତବର୍ଷ ନୋବେଲ୍‌ ବିଜେତା ଡ. ହୁସେନ୍‌ଙ୍କ ସମେତ ସିମ୍ପ୍ଲେକ୍‌ସ ଇନ୍‌ଫ୍ରାଷ୍ଟ୍ରକଚର୍‌ର ଏମିରେଟସ୍‌ ଚେୟାରମ୍ୟାନ ଡ. ବିଥଲ ଦାସମୁନ୍ଦ୍ରା, ପଦ୍ମବିଭୂଷଣ ଶିଳ୍ପୀଗୁରୁ ଡ. ରଘୁନାଥ ମହାପାତ୍ର ଏବଂ ଭରତିଆ ଚାରିଟେବଲ୍‌ ଟ୍ରଷ୍ଟର ଅଧ୍ୟକ୍ଷ କିଷନ୍‌ଲାଲ୍‌ ଅଗ୍ରୱାଲ୍‌ଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ କରାଯିବ ।

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିସନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ୱରରେ ରହଣି ସମୟରେ ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଲାଗି ସମୁଦାୟ ୨୭ ପ୍ଲାଟୁନରୁ ଅଧିକ ଫୋର୍ସ, ଶହେ ଜଣ ଅଫିସର ଓ ୨ ଜଣ ଡିସିପି ନିୟୋଜିତ ହେବେ ।  ଆଜି ରାଜଭବନ, ବିମାନବନ୍ଦର, କିଟ୍‌ର କାର୍ଯ୍ୟକ୍ରମସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିଛି ପୋଲିସ । ପୋଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଓ ଡିସିପି ସତ୍ୟବ୍ରତ ଭୋଇଙ୍କ ସମେତ ଟ୍ରାଫିକ ଡିସିପି ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍‌ ପରିଚାଳନା ପରିସ୍ଥିତିର ସମୀକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here