Home Uncategorized ଆଜି ଇଦ୍‌-ଉଲ୍‌-ଫିତର୍‌

ଆଜି ଇଦ୍‌-ଉଲ୍‌-ଫିତର୍‌

0

ଭୁବନେଶ୍ୱର: ଆଜି ଇଦ୍‌-ଉଲ୍‌-ଫିତର୍‌ । ଆଜି ସାରା ରାଜ୍ୟରେ  ହର୍ଷୋଲ୍ଲାସର ସହ ଇଦ୍‍-ଉଲ୍‌-ଫିତର୍‌ ପାଳନ କରାଯାଉଛି  । ଇଦ୍‌ ପାଇଁ ଚଳଚଞ୍ଚଳ ଗାଁଠୁ ସହର । ମୁସଲମାନ ଧର୍ମାବଲମ୍ବୀଙ୍କର ଏହା ବଡ଼ ପର୍ବ । ଦୀର୍ଘ ମାସେ ବ୍ୟାପି ଶ୍ରଦ୍ଧାର ସହ ଉପବାସ ରଖିଥଲେ ମୁସଲମାନ ଭାଇ ଭଉଣୀ । ଗତକାଲି ରାତିରେ ଚନ୍ଦ୍ର ଦେଖିବା ପରେ ସେମାନେ ରୋଜା ଭାଙ୍ଗିଛନ୍ତି । ମୁସଲମାନ ସଂପ୍ରଦାୟ ଲୋକେ ଦାନ ଧର୍ମ ସହ ପରସ୍ପର ମଧ୍ୟରେ ସ୍ନେହ ଶ୍ରଦ୍ଧା ବାଣ୍ଟି ଇଦ୍ ପର୍ବ ପାଳନ କରିବେ  । ଆଜି ସକାଳ ୭ଟାରୁ ସାଢେ ୧୦ଟା ମଧ୍ୟରେ ମୁସଲ୍‍ମାନ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ‘ମସ୍‌ଜିଦ୍‌’ ଯାଇ ସମୂହ ନମାଜ ପାଠ କରିବେ  ଏବଂ ନମାଜ ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ର ଶୁଭେଚ୍ଛା ଜଣାଇବେ ।  ପବିତ୍ର ଇଦ୍‍-ଉଲ୍‍-ଫିତର ପର୍ବ ଉପଲକ୍ଷେ ଓଡିଶାର ମୁସଲମାନ ଭାଇଭ‌ଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here