Home Uncategorized ଆଜି ଓଡିଶା ଆସିବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ,ଗସ୍ତ ପୂର୍ବରୁ ୮ କଂଗ୍ରେସ ଓ ୨୦ ଆପ୍‌କର୍ମୀ ଗିରଫ

ଆଜି ଓଡିଶା ଆସିବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ,ଗସ୍ତ ପୂର୍ବରୁ ୮ କଂଗ୍ରେସ ଓ ୨୦ ଆପ୍‌କର୍ମୀ ଗିରଫ

0
ବରଗଡ- ଆଜି ବରଗଡ଼ ଆସୁଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ମଧ୍ୟାହ୍ନ ୧୨ଟା୧୫ରେ ବରଗଡରେ ପହଞ୍ଚିବେ ଶିବରାଜ ସିଂ ଚୌହାନ । ବିଜେପିର ‘ସବ୍ କା ସାଥ୍ ସବ୍ କା ବିକାଶ’ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ସରକାରଙ୍କ ୩ବର୍ଷର ସଫଳତା ବଖାଣିବେ ଶିବରାଜ । ମଧ୍ୟପ୍ରଦେଶରେ ପୋଲିସ୍‌ ଗୁଳିରେ ଚାଷୀଙ୍କ ମୃତ୍ୟୁ ଘଟଣାରେ ଶିବରାଜଙ୍କୁ ଜୋରଦାର ବିରୋଧ ପାଇଁ ପ୍ରସ୍ତୁତ ହୋଇଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ଚାଷୀ ସଂଗଠନ। ଶିବରାଜଙ୍କ ଗସ୍ତ ପାଇଁ ବରଗଡରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଭିନ୍ନ ସ୍ଥାନରେ ୧୦ ପ୍ଲାଟୁନ୍‌ ପୋଲିସ୍‌ ମୁତୟନ ହୋଇଛନ୍ତି। ଶିବରାଜଙ୍କ ଗସ୍ତ ପୂର୍ବରୁ ପୋଲିସ୍‌ କଂଗ୍ରେସର ପୂର୍ବତନ ବିଧାୟକ ନିହାର ମହାନନ୍ଦଙ୍କ ସମେତ ୮ ଜଣ କଂଗ୍ରେସ କର୍ମୀଙ୍କୁ ପୋଲିସ୍‌ ଅଟକ ରଖିଛି । ସେହିଭଳି ଶିବରାଜଙ୍କ ଗସ୍ତକୁ ଆମ୍‌ ଆଦ୍‌ମି ପାର୍ଟି ବିରୋଧ କରିବା ଆଶଙ୍କା ଥିବାରୁ ଆପ୍‌ର ୨୦ କର୍ମୀଙ୍କୁ ମଧ୍ୟ ଅଟକ ରଖାଯାଇଛି।