Home Uncategorized ଆଜି କାର୍ତିକ ମାସର ଶେଷ ସୋମବାର,ଚଳଚଞ୍ଚଳ ଧବଳେଶ୍ୱର ପୀଠ

ଆଜି କାର୍ତିକ ମାସର ଶେଷ ସୋମବାର,ଚଳଚଞ୍ଚଳ ଧବଳେଶ୍ୱର ପୀଠ

0

ଭୁବନେଶ୍ୱର: ଆଜି ପବିତ୍ର କାର୍ତିକ ମାସର ଶେଷ ସୋମବାର । ସକାଳୁ ସକାଳୁ ସମସ୍ତ ଶୈବପୀଠରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଛି । କାର୍ତ୍ତିକମାସ ସୋମବାର ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଧବଳେଶ୍ୱର ପୀଠ । ଧବଳେଶ୍ୱର ପୀଠରେ ଭୋରରୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆଜି ଭୋର ୫ ଟାରୁ ମନ୍ଦିର ପହଡ ଖୋଲିବା ପରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ନୀତି ଇତ୍ୟାଦି ସମ୍ପର୍ଣ୍ଣ ହେବା ପରେ ଭକ୍ତମାନଙ୍କର ଦର୍ଶନ ଆରମ୍ଭ ହୋଇଥିଲା । ଭକ୍ତଙ୍କ ଗହଳିକୁ ଆଖିଆଗରେ ରଖି ମନ୍ଦିରରେ ପହଡ ପଡିବ ନାହିଁ । ତେଣୁ ଦିନସାରା ଭକ୍ତମାନେ ଦର୍ଶନ କରିପାରିବେ । ସଂଧ୍ୟା ସମୟରେ ଆଳତୀ,ବାଳଭୋଗ ଓ ଉଖୁଡା ଭୋଗ ପରେ ରାତି ୮ ଟାରେ ଦହି ପଖାଳ ଭୋଗ ଲାଗି କରାଯିବା ପରେ ପହଡ ପଡିବା ନେଇ ମନ୍ଦିର ସୂତ୍ରରୁ ସୂଚନା ମିଳିଛି । ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । 

LEAVE A REPLY

Please enter your comment!
Please enter your name here