Home Uncategorized ଆଜି ଖୋଲିବ ରହସ୍ୟମୟ ରତ୍ନଭଣ୍ଡାର,ଆଶା-ଆଶଙ୍କାରେ ଯାଞ୍ଚକାରୀ ଦଳ ଓ ଭକ୍

ଆଜି ଖୋଲିବ ରହସ୍ୟମୟ ରତ୍ନଭଣ୍ଡାର,ଆଶା-ଆଶଙ୍କାରେ ଯାଞ୍ଚକାରୀ ଦଳ ଓ ଭକ୍

0

ପୁରୀ: ଆଉ ଅଳ୍ପ ସମୟର ବ୍ୟବଧାନ ପରେ ଖୋଲିବ ରହସ୍ୟମୟ ଶ୍ରୀମନ୍ଦିର ରତ୍ନଭଣ୍ଡାର । ମଧ୍ୟାହ୍ନ ଧୂପ ପରେ ଅପରାହ୍ନ ୨ ଟାରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ଭଣ୍ଡାର ଭିତରେ ପ୍ରବେଶ କରିବାକୁ ୧୭ ଜଣିଆ ଟିମ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ସୁରକ୍ଷାକୁ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରତ୍ନ ଭଣ୍ଡାର ଯାଂଚ ବେଳେ ସାଧାରଣ ଦର୍ଶନକୁ ବନ୍ଦ ରଖାଯିବ । ଦୀର୍ଘ ୩୪ ବର୍ଷ ପରେ ରତ୍ନଭଣ୍ଡାର ଖୋଲିବାକୁ ଯାଉଥିବାରୁ ସେହି ମହାର୍ଘ ସମୟକୁ ସମସ୍ତଙ୍କ ପ୍ରତୀକ୍ଷା ରହିଛି। ରତ୍ନଭଣ୍ଡାର ଖୋଲିବାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବିସ୍ତୃତ ବ୍ୟବସ୍ଥାବଳି ମଧ୍ୟ ପ୍ରସ୍ତୁତ କରାଯାଇଛି। ଶୃଙ୍ଖଳିତ ନୀତି ସଂପାଦନ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ପୁଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

LEAVE A REPLY

Please enter your comment!
Please enter your name here