Home Uncategorized ଆଜି ଦେବସ୍ନାନ ପୂର୍ଣ୍ଣିମା- ସ୍ନାନମଣ୍ଡପରେ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି

ଆଜି ଦେବସ୍ନାନ ପୂର୍ଣ୍ଣିମା- ସ୍ନାନମଣ୍ଡପରେ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି

0

ପୁରୀ- ଆଜି ଶ୍ରୀକ୍ଷେତ୍ରରେ ଶ୍ରୀବିଗ୍ରହଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଜ୍ୟେଷ୍ଠମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ । ହାତୀ ବେଶରେ ଦର୍ଶନ ଦେଇଥାନ୍ତି ଚତୁର୍ଦ୍ଧା ମୂର୍ତ୍ତି । ସ୍ନାନ ପୂର୍ଣ୍ଣିମାକୁ ପ୍ରଭୁ ଜଗନ୍ନାଥଙ୍କ ଜନ୍ମଦିନ କୁହାଯାଏ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ । ବେଦଧ୍ୱନି ସହ ସ୍ନାନ କରନ୍ତି ଶ୍ରୀଜୀଉ। ଆଜି ପବିତ୍ର ସ୍ନାନଯାତ୍ରା ପାଇଁ ଧାଡି ପହଣ୍ଡି ଆରମ୍ଭ ହୋଇଯାଇଛି ।  ଧାଡିପହଣ୍ଡିରେ ସ୍ନାନମଣ୍ଡପରେ ପ୍ରଥମେ ପହଞ୍ଚିଲେ ସୁଦର୍ଶନ । ସୁଦର୍ଶନଙ୍କ ପରେ ସ୍ନାନମଣ୍ଡପରେ ପହଞ୍ଚିଲେ ବଳଭଦ୍ର । ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ମଧ୍ୟ ସ୍ନାନବେଦୀରେ ପହଞ୍ଚିଛନ୍ତି । ହଲି ହଲି ଆସୁଛନ୍ତି କାଳିଆ ଠାକୁର । ବଡଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।

LEAVE A REPLY

Please enter your comment!
Please enter your name here