Home ଓଡିଶା ଆଜି ଦେବ ଦମ୍ପତିଙ୍କ ବିବାହ, ଉଠୁଛେ ପଡୁଛେ ସମ୍ବଲପୁର

ଆଜି ଦେବ ଦମ୍ପତିଙ୍କ ବିବାହ, ଉଠୁଛେ ପଡୁଛେ ସମ୍ବଲପୁର

ସମ୍ବଲପୁର- ଆଜି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହେବ । ସେଥିପାଇଁ ଆଜି ସମ୍ବଲପୁର ସହର ଓ ଶୈବାଳୟଗୁଡ଼ିକ ଉତ୍ସବମୁଖର ହୋଇଉଠିଛି । ଆଜି ସମ୍ବଲପୁରର ସବୁ ଶିବାଳୟରୁ ଶୋଭାଯାତ୍ରା ବାହାରିବ । ଏଥିପାଇଁ ଗତକାଲି ରାତିରେ ବିଭିନ୍ନ ପଡାରେ ଶେଷ ହୋଇଥିଲା ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ ପତ୍ର । ଶିବ-ପାର୍ବତୀଙ୍କ ବିବାହରେ ଯୋଗ ଦେବା ପାଇଁ ହନୁମାନ ମହାପ୍ରଭୁ ମନ୍ଦିର ମନ୍ଦିର ବୁଲି ନିମନ୍ତ୍ରଣ ଦେଇଥିଲେ । ବୈଦିକ ରୀତିରେ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହେବ । ଭୋଳାବାବା ବଡ ଧୂମ୍୍ଧାମ୍ରେ ମାତା ପାର୍ବତୀଙ୍କ ଘରକୁ ଯିବେ । ସେଠାରେ ବିବାହ ନୀତି ଅନୁଷ୍ଠିତ ହେବ । ପରଦିନ ମନ୍ଦିରରେ ପ୍ରବେଶ କରିବେ ନବଦମ୍ପତି ।