Home Uncategorized ଆଜି ଧନତେରାସ, ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଜୁଏଲାରୀ ଦୋକାନଗୁଡ଼ିକର ଆକର୍ଷଣୀୟ ଅଫର୍‌

ଆଜି ଧନତେରାସ, ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଜୁଏଲାରୀ ଦୋକାନଗୁଡ଼ିକର ଆକର୍ଷଣୀୟ ଅଫର୍‌

ଭୁବନେଶ୍ୱର: କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀତିଥିକୁ ଧନତ୍ରୟୋଦଶୀ କୁହାଯାଇଥାଏ । ଏହାକୁ  ଧନତେରାସ ମଧ୍ୟ କୁହାଯାଏ । ଆଜି ଧନତେରାସ ଅର୍ଥ ଧନ ବର୍ଷାର ଦିନ । ଏହି ଦିନ ଯମରାଜ, ଲକ୍ଷ୍ମୀ, ଧନନ୍ତ୍ୱରୀଙ୍କ ସହ କୁବେରଙ୍କୁ ପୂଜା କରାଯାଏ  । ଏହି ତିଥି ଅତ୍ୟନ୍ତ ଶୁଭ ଏବଂ ଏହିଦିନ ଅର୍ଥ ଓ ଧନଲାଭର ସୁଯୋଗ ମିଳିଥାଏ ବୋଲି ମାନ୍ୟତା ରହିଛି । ଉତ୍ତର ଭାରତରେ ଏହିଦିନ ଲକ୍ଷ୍ମୀ ଓ କୁବେରଙ୍କ ପୂଜା ହେଉଥିବା ବେଳେ ଦକ୍ଷିଣ ଭାରତରେ ଏହି ଦିନ ଗୋରୁଗାଇଙ୍କୁ ଲକ୍ଷ୍ମୀଙ୍କ ବରଦାନ ଭାବେ ପୂଜା କରିଥାନ୍ତି । ବିଶ୍ୱାସ ରହିଛି ଏହି ଦିନରେ ସୁନା, ରୁପା ଏବଂ ଅନ୍ୟାନ୍ୟ ଧାତୁରୁ ତିଆରି ଜିନିଷ କିଣିଲେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ସହ ଧନପ୍ରାପ୍ତି ହୋଇଥାଏ । ରାଜଧାନୀରେ  ଧନତେରାସରେ ସୁନା, ରୁପା କିଣିବା ପାଇଁ ରିଲାଏନ୍ସ, ଖିମଜି, ଲାଲଚାନ୍ଦ, ଇପାରି, କଳ୍ୟାଣ ଆଦି ସୋ ରୁମ୍‌ଗୁଡ଼ିକରେ ଲୋକଙ୍କର ଭିଡ଼ ଜମିଛି । ଅପରପକ୍ଷରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଳଙ୍କାର ଦୋକାନଗୁଡ଼ିକ ଆକର୍ଷଣୀୟ ଅଫର୍‌ ରଖିଛନ୍ତି ।