Home Uncategorized ଆଜି ପବିତ୍ର ଅଁଳା ନବମୀ,ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଆଜି ପବିତ୍ର ଅଁଳା ନବମୀ,ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

0

ପୁରୀ: ଆଜି ପବିତ୍ର ଅଁଳା ନବମୀ ବା ରାଧା ପାଦ ଦର୍ଶନ । ଆଜି ପୁରୀ ସାକ୍ଷୀଗୋପାଳର ଗୋପାଳଜୀଉ ମନ୍ଦିରରେ ରାଧାପାଦ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଗୋପାଳଜୀଉ ମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଜମିଛି । ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଯାଇ ରାଧାପାଦ ଦର୍ଶନ କରୁଛନ୍ତି ।  ବିଳମ୍ବିତ ରାତି ଯାଏଁ ଶ୍ରୀରାଧାଙ୍କୁ ଦର୍ଶନ କରିବେ ଲକ୍ଷାଧିକ ଭକ୍ତ । ଏଥିପାଇଁ ସାକ୍ଷୀଗୋପାଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡରେ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ରାଧାପାଦ ଦର୍ଶନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here