Home Uncategorized ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା,ବୋଇତ ବନ୍ଦାଣ ଉତ୍ସବରେ ମୁଖରିତ ସାରା ରାଜ୍ୟ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା,ବୋଇତ ବନ୍ଦାଣ ଉତ୍ସବରେ ମୁଖରିତ ସାରା ରାଜ୍ୟ

0

ଭୁବନେଶ୍ୱର:ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଉଛି ସାରା ରାଜ୍ୟ। ଆଜି ଅନୁଷ୍ଠିତ ହେଉଛି ବୋଇତ ବନ୍ଦାଣ ବା ଡଙ୍ଗା ଭସା ଉତ୍ସବ ।  ପ୍ରତୀକ ସ୍ୱରୂପ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇ ପାଳିତ ହେଉଛି ଓଡିଆ ସଂସ୍କୃତି ଓ ପରମ୍ପରାର ଏହି ମହାନ ପର୍ବ l ଜଳାଶୟରେ ବୁଡ ପକାଇବା ପରେ ଡଙ୍ଗାରେ ପାନ, ଗୁଆ ରଖି ଦୀପ ଜାଳି ଶ୍ରଦ୍ଧାଳୁ ଡଙ୍ଗା ଭସାଉଛନ୍ତି । ଆ କା ମା ବୈ ଧ୍ୱନିରେ ପୂରା ପରିବେଶ କମ୍ପି ଉଠିଛି ।

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର ମଧ୍ୟ ଲୋକାରଣ୍ୟ । ମହୋଦଧି ଏବଂ ପଞ୍ଚତୀର୍ଥରେ ଡଙ୍ଗା ଭସାଇ ମହାପ୍ରଭୁଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସମସ୍ତ ନୀତିକାନ୍ତି ଯେପରି ସୁରୁଖୁରୁରେ ହେବ, ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ବିଶେଷ ଧ୍ୟାନ ଦିଆଯାଇଛି ।  ଭୁବନେଶ୍ୱରର କୁଆଖାଇ ଓ ଦୟା ନଦୀରେ ଡଙ୍ଗା ଭସାଇବାକୁ ଭକ୍ତମାନଙ୍କର ବିଶାଳ ସମାଗମ ଦେଖିବାକୁ ମିଳିଥିଲା । ସେହିପରି କଟକ ଗଡଗଡିଆ ଘାଟରେ ଭକ୍ତମାନେ ଡଙ୍ଗା ଭସାଇଥିଲେ । ଏହି ଅବସରରେ ପାରାଦୀପ, ପୁରୀ, ଭୁବନେଶ୍ୱର ଓ କଟକରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି ।

LEAVE A REPLY

Please enter your comment!
Please enter your name here