Home Uncategorized ଆଜି ପବିତ୍ର ବିଜୟା ଦଶମୀ

ଆଜି ପବିତ୍ର ବିଜୟା ଦଶମୀ

0

ଭୁବନେଶ୍ୱର: ଆଜି ପବିତ୍ର ବିଜୟା ଦଶମୀ । ଦଶହରାର  ଆଜି ଶେଷ ଦିନ । ସାରା ରାଜ୍ୟରେ ଉତ୍ସବର ମାହୋଲ । ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳୁଛି । ସେପଟେ ପାପ ଉପରେ ପୁଣ୍ୟ, ଅସତ୍ୟ ଉପରେ ସତ୍ୟ ତଥା ଅନ୍ୟାୟ ଉପରେ ନ୍ୟାୟର ବିଜୟ ସ୍ୱରୁପ ପାଳିତ ହେଉଛି ବିଜୟା ଦଶମୀ।  ବିଜୟା ଦଶମୀ ପାଇଁ ଉଭୟ ପୀଠ ଓ ମଣ୍ଡପରେ ମାଆଙ୍କର ଦଶମୀ ପୂଜା ଅନୁଷ୍ଠିତ ହେଉଛି । ରାଜ୍ୟବ୍ୟାପୀ ମହା ଆନନ୍ଦ ଉଲ୍ଲାସରେ ବିଜୟାଦଶମୀ ଉତ୍ସବ ପାଳନ କରାଯାଉଛି । ଆଜି ସକାଳେ ପୂଜାମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ପାରମ୍ପରିକ ରୀତିନୀତି ଅନୁସାରେ ଆଜି ମାଆଙ୍କ ସୂର୍ଯ୍ୟପୂଜା, ଅପରାଜିତା ପୂଜା, ଦଶମୀ ପୂଜା ଏବଂ ସୋମନାଥ ବ୍ରତ ପରେ ପୂର୍ଣ୍ଣାହୂତି ନୀତି ଅନୁଷ୍ଠିତ ହେବ ।   ଦଶହରା ପର୍ବର  ଅନ୍ତିମ ଚରଣ ତଥା ବିଜୟା ଦଶମୀ ଅବସରରେ ଆଜି ବିଭିନ୍ନ ପୂଜା ମଣ୍ଡପରେ ଆୟୋଜିତ ହେବ ରାବଣ  ପୋଡି ଉତ୍ସବ। ରାବଣ ପୋଡ଼ି ଉତ୍ସବ ଲାଗି ସବୁଠି ପ୍ରସ୍ତୁତି  ଆରମ୍ଭ ହୋଇଗଲାଣି । ଏଥିପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଛି ।

LEAVE A REPLY

Please enter your comment!
Please enter your name here