Home Uncategorized ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କୁ ପିଣ୍ଡ ଦେବାକୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କୁ ପିଣ୍ଡ ଦେବାକୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

0

ପୁରୀ : ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା ।  ଆଶ୍ୱିନ ମାସ କୃଷ୍ଣ ପକ୍ଷରେ ଏହା ପଡ଼ିଥାଏ  । ବିଶ୍ୱାସ ରହିଛି ମହାଳୟା ତିଥିରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କ ଆର୍ଶୀବାଦ ମିଳିଥାଏ । ହିନ୍ଦୁ ଧାର୍ମିକ ସାମାଜିକ ପରମ୍ପରାରେ ଏହା ମଉଳା ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧ ଭାବେ ଜଣାଶୁଣା । ମହାଳୟା ଦିନ କୂଳଦେବତାଙ୍କୁ ଆବାହନ କରାଯିବା ସହ ପିତୃପୁରୁଷଙ୍କ ଆବାହନ କରାଯାଇଥାଏ । ଆଉ ଆଜିର ଦିନରେ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯିବା ସହ ଶ୍ରାଦ୍ଧ ଅର୍ପଣ କରାଯାଇଥାଏ ।

ମହାଳୟାରେ ଶ୍ରୀମନ୍ଦିରର ବାଇଶି ପାହାଚରେ ପିଣ୍ଡଦାନ ଲାଗି ଆଜି ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏଠାରେ ପିଣ୍ଡଦାନ କରିବା ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି ।

ଏହି ଦିନ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଥାଏ ।  ମା’ଙ୍କ ଏହି ଦୁର୍ଲ୍ଲଭ ବେଶକୁ ଗଙ୍ଗା ବେଶ ବୋଲି କୁହାଯାଏ । ଏହି ବେଶରେ ମାଙ୍କୁ  ଦର୍ଶନ କଲେ ଗଙ୍ଗା ଦର୍ଶନ ଓ ସ୍ନାନର ପୂଣ୍ୟଫଳ ମିଳେ ବୋଲି ବିଶ୍ୱାସ ରହିଛି ।

ଆଜି ସାରା ଓଡିଶାର  ଘରେ ଘରେ ଏହି ମହାଳୟା ପର୍ବ ପାଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here