Home Uncategorized ଆଜି ପହିଲି ରଜ- ଘରେ ଘରେ ପିଠା ଓ ମିଠାର ଆସର

ଆଜି ପହିଲି ରଜ- ଘରେ ଘରେ ପିଠା ଓ ମିଠାର ଆସର

0

ଭୁବନେଶ୍ୱର- ଆଜି ପହିଲି ରଜ । ଉତ୍ସବମୁଖର ସାରା ରାଜ୍ୟ । ରଜ ପାଇଁ ଘରେ ଘରେ ପିଠାପଣା ପ୍ରସ୍ତୁତି ଚାଲିଛି । ରଜଗୀତ ସହ ପୋଡପିଠା,ମିଠା, ଖିଲିପାନରେ ମହକୁଛି ପରିବେଶ । ରଜରେ ଝିଅ ବୋହୂମାନେ ନୂଆ ପୋଷାକ ପିନ୍ଧି ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ କୁଙ୍କୁମ ଲଗାଇ ରଜଦୋଳି ଖେଳିଥାନ୍ତି ।   ସହରଗୁଡ଼ିକରେ ବିଭିନ୍ନ ଅନୁଷ୍ଠାନଗୁଡ଼ିକରେ ରଜ ପାଳିବା ପାଇଁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି ।  ଏହି କାର୍ଯ୍ୟକ୍ରମଗୁଡ଼ିକରେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତି ସହ କବାଡି, ପୁଚି ଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ ।  ରଜ ପାଇଁ ଭୁବନେଶ୍ୱରର ପାନ୍ଥ ନିବାସରେ ପିଠାପଣା ସହ ରଙ୍ଗରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରଜ  ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ, ‘ମାଟି ମାଆର ଆଶୀର୍ବାଦରୁ ଭଲ ଫସଲ ହେଉ । ଝିଅ ଓ ମହିଳାଙ୍କ ଦ୍ୱାରା ପାଳିତ ରଜ ଆମର ଅନନ୍ୟ ପରମ୍ପରା ଅଟେ । ଏହି ଅବସରରେ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।’

LEAVE A REPLY

Please enter your comment!
Please enter your name here