Home Uncategorized ଆଜି ପାଇଁ ଶେଷ ହୋଇଛି ରଥ ଟଣା, ଅଧା ବାଟରେ ତିନି ଠାକୁର

ଆଜି ପାଇଁ ଶେଷ ହୋଇଛି ରଥ ଟଣା, ଅଧା ବାଟରେ ତିନି ଠାକୁର

0

ପୁରୀ: ମହାପ୍ରଭୁଙ୍କ ରଥ ଟଣା ଆଜି ପାଇଁ ବନ୍ଦ ହୋଇ ଯାଇଛି ।  ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ପାରିଲାନି ତିନି ରଥ । ବଗଲା ଧର୍ମଶାଳା ନିକଟରେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଅଟକି ଥିବା ସୂଚନା ରହିଛି । ସେହିପରି ବଳଗଣ୍ଡିରେ ବଡ଼ଭାଇ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଅଟକିଥିବା ବେଳେ ଜନତା ସିନେମା ହଲ୍‌ ନିକଟରେ ଅଟକି ଯାଇଛି ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ।   ଆସନ୍ତା କାଲି ସକାଳ ୯ଟାରୁ ରଥଟଣା ଆରମ୍ଭ ହେବ । ଆସନ୍ତା କାଲି ତିନି ରଥ ଟଣାଯିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।  ରଥଯାତ୍ରା ଦେଖିବା ପାଇଁ ଆଜି ପୁରୀରେ ପ୍ରାୟ ୧୦ ଲକ୍ଷ ଲୋକ ଭିଡ଼ ଜମିଥିବା ଜାଣିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here