Home Uncategorized ଆଜି ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସମାରୋହ,ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

ଆଜି ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସମାରୋହ,ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

0

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ପାଳନ ହେବ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ । ଏହି ଭବ୍ୟ ଉତ୍ସବକୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପାଇକମାନଙ୍କ ସଂଗ୍ରାମକୁ ସମ୍ମାନ ଦେଇ ଏହାକୁ ଜାତୀୟ ସ୍ତରରେ ପାଳନ କରିବାକୁ କେନ୍ଦ୍ର ସରକାର ବଜେଟରେ ଉପସ୍ଥାପନ କରିଥିଲେ । ଏହାକୁ ଏକ  ବର୍ଷ ଧରି ପାଳନ କରିବାକୁ କେନ୍ଦ୍ର ସରକାର ଘୋଷଣା ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।  ସଂଧ୍ୟା ୬ ଟାରେ ବିଜ୍ଞାନ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ପାଇକ ପରିବାରର ଦାୟାଦମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯିବ ।

LEAVE A REPLY

Please enter your comment!
Please enter your name here