Home Uncategorized ଆଜି ପୁଣି ବସିବ କ୍ୟାବିନେଟ ବୈଠକ

ଆଜି ପୁଣି ବସିବ କ୍ୟାବିନେଟ ବୈଠକ

0

ଭୁବନେଶ୍ୱର: ଆଜି ପୁଣି ବସିବ ରାଜ୍ୟ କ୍ୟାବିନେଟ ବୈଠକ ।  ସଂଧ୍ୟା ୫ଟା୩୦ ସମୟରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ । ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ କ୍ୟାବିନେଟ ବୈଠକ । ଚଳିତ ମାସରେ ଏହା ହେବ ତୃତୀୟ କ୍ୟାବିନେଟ୍‌ ବୈଠକ । ଗତ ସପ୍ତାହରେ କ୍ୟାବିନେଟ୍‌ର ସ୍ୱତନ୍ତ୍ର ବୈଠକ ଡକାଯାଇ କେବଳ ପାଇକ ବିଦ୍ରୋହ ନେଇ ଏକ ନିଷ୍ପତ୍ତି ଗୃହୀତ ହୋଇଥିଲା ।
 
ଗତକାଲି ହୋଇଥିବା କ୍ୟାବିନେଟ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ଲଗାଯାଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ଆଉ ଏକ କ୍ୟାବିନେଟ୍‌ ବୈଠକ ଡକାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଜି ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । 

LEAVE A REPLY

Please enter your comment!
Please enter your name here