Home Uncategorized ଆଜି ବିଶ୍ୱ ତମାଖୁ ନିଷେଧ ଦିବସ

ଆଜି ବିଶ୍ୱ ତମାଖୁ ନିଷେଧ ଦିବସ

0

ଆଜି ବିଶ୍ୱ ତମାଖୁ ନିଷେଧ ଦିବସ । ପ୍ରତିବର୍ଷ ମେ ୩୧ ତାରିଖରେ ଏହା ପାଳନ କରାଯାଏ । ସ୍ୱାସ୍ଥ୍ୟ ଉପରେ ତମାଖୁର ଖରାପ ପ୍ରଭାବ ଉପରେ ସଚେତନତା ତିଆରି କରିବା ଉଦ୍ଦେଶ୍ୟରେ ଏହା ପାଳନ କରାଯାଇଥାଏ । ଚଳିବର୍ଷ ବିଶ୍ୱ ତମାଖୁ ଦିବସର ଥିମ୍ ରହିଛି “ଏ ଥ୍ରେଟ୍ ଟୁ ଡେଭଲପ୍୍ମେଣ୍ଟ’ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୧୯୮୭ରେ ପ୍ରଥମ ଥର ପାଇଁ ବିଶ୍ୱ ତମାଖୁ ନିଷେଧ ଦିବସର ଆରମ୍ଭ କରିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ପ୍ରତିବର୍ଷ ତମାଖୁ ସେବନ ଯୋଗୁଁ ପ୍ରାୟ ୪୦ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି । ତମାଖୁ ସେବନ ଯୋଗୁଁ ପ୍ରତିବର୍ଷ ଭାରତରେ ପ୍ରାୟ ୮ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି । ସିଗାରେଟ୍ ଧୂଆଁ କେବଳ ଏହାକୁ ଟାଣୁଥିବା ଲୋକର କ୍ଷତି କରିନଥାଏ ଏହା ସଂସ୍ପର୍ଶରେ ଆସୁଥିବା ଲୋକଙ୍କର ମଧ୍ୟ କ୍ଷତି କରିଥାଏ । ତମାଖୁରେ ଅଧିକ ପରିମାଣର ନିକୋଟିନ୍ ଥାଏ । ନିକୋଟିନ୍ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ନିକୋଟିନ୍ ଯୋଗୁଁ ମଣିଷ ନିଶାସକ୍ତ ହେବା ସହ କ୍ୟାନ୍ସର ଭଳି ରୋଗର ଶୀକାର ହୋଇଥାଏ । ନିକୋଟିନ୍ର ପ୍ରଭାବରେ ମଣିଷର ଭୋକ ଶୋଷ କମିବା ସହ ଏହା ମସ୍ତିଷ୍କକୁ ନିଶାସକ୍ତ କରିପକାଏ । ତମାଖୁ ଜଣେ ବ୍ୟକ୍ତିଙ୍କର ଜୀବନ ଦୀପ ଲିଭେଇ ଦେଇ ପାରେ । ”ନିଶା ଆପଣଙ୍କ ଜୀବନ ଛଡାଇ ନେବା ପୂର୍ବରୁ ଆପଣ ନିଶା ଛାଡିବା ଦରକାର’’ । ବିଶ୍ୱ ତମାଖୁ ଦିବସରେ ତମାଖୁ ତ୍ୟାଗ କରି ଏକ ସୁସ୍ଥ ଜୀବନ ଆପଣେଇବା ସମସ୍ତଙ୍କର ଲକ୍ଷ୍ୟ ହେବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here