Home ଓଡିଶା ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା: ପୂଜା ମଣ୍ଡପରେ ଚାଲିଛି ମାଆଙ୍କ ଆରାଧନା

ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା: ପୂଜା ମଣ୍ଡପରେ ଚାଲିଛି ମାଆଙ୍କ ଆରାଧନା

କଟକ/ଭୁବନେଶ୍ୱର:ଆଜି ମହାମାୟାଙ୍କର ମହାଷ୍ଟମୀ ପୂଜା ।  ଶାରଦୀୟ ଦଶହରା ପାଇଁ ଚଳଚଂଚଳ ସାରା ରାଜ୍ୟ । ମଣ୍ଡପରେ ଦଶଭୂଜାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି । ଶକ୍ତିପୀଠରେ ଶକ୍ତିସ୍ୱରୂପୀଣିଙ୍କ ନବରାତ୍ରୀ ପୂଜା ଚାଲିଛି । ଷୋଡଶ ଉପଚାରରେ ଦେବୀ ମା’ଙ୍କର ପୂଜାର୍ଚ୍ଚନା କରାଯାଉଛି । ମଣ୍ଡପରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ଶକ୍ତିପୀଠରେ ମହାନବମୀ ପାଳନ କରାଯାଉଛିି । ଅଷ୍ଟମୀ ତିଥିରେ ମା’ଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଚଣ୍ଡିପାଠ କରାଯିବାର ପରମ୍ପରା ରହିଛି । ସକାଳୁ ସକାଳୁ ମଣ୍ଡପରେ ଅଷ୍ଟମୀ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଏବେ ମଣ୍ଡପଗୁଡିକରେ ଚଣ୍ଡୀପାଠ ସାଙ୍ଗକୁ ଚାଲିଛି ହୋମଯଜ୍ଞ । ହୁଳହୁଳି ଓ ମନ୍ତ୍ରପାଠରେ କମ୍ପୁଛି ପୁରା ପରିବେଶ ।  ଦିନ ବଢିବା ସହିତ ଲୋକଙ୍କ ଗହଳି ବି ବଢିବାରେ ଲାଗିଛି । ଝିପ୍‌ଝିପ୍‌ ବର୍ଷା ମଧ୍ୟରେ ଶ୍ରଦ୍ଧାଳୁ ପୂଜା ମଣ୍ଡପଗୁଡ଼ିକରେ  ମା’ଙ୍କର ଦର୍ଶନ କରୁଛନ୍ତି ।