Home Uncategorized ଆଜି ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଗସ୍ତ ,ଯାଜପୁର ମହୋତ୍ସବକୁ ଉଦ୍‌ଘାଟନ

ଆଜି ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଗସ୍ତ ,ଯାଜପୁର ମହୋତ୍ସବକୁ ଉଦ୍‌ଘାଟନ

0
ଯାଜପୁର  : ଯାଜପୁର ପୌର ପରିଷଦର ୧୫୦ ବର୍ଷ ପୂର୍ତି ଅବସରରେ ଆଜି ପାଳିତ ହେବ ପୌର ଉତ୍ସବ । ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ଏହି ସମାରୋହରେ ଜିଲ୍ଲାର ସମସ୍ତ ବିଧାୟକ ତଥା ସାଂସଦ ଉପସ୍ଥିତ ରହିବା ନେଇ ସୂଚନା ଦିଆଯାଇଛି ।ଉକ୍ତ ମହୋତ୍ସବ ଏପ୍ରିଏ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମହୋତ୍ସବରେ ବିଭିନ୍ନ ସମୟରେ ବଲିଉଡ୍‌ ଓ ଓଲିଉଡ୍‌ ଜଗତର ଖ୍ୟାତାନାମା ଖଣ୍ଠଶିଳ୍ପୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୁରକ୍ଷା ବ୍ୟବସ୍ଥା ପରିଚାଳନା ପାଇଁ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।