Home Uncategorized ଆଜି ରାକ୍ଷୀ ପୂର୍ଣ୍ଣିମା, ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ

ଆଜି ରାକ୍ଷୀ ପୂର୍ଣ୍ଣିମା, ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ

0
ଭୁବନେଶ୍ୱର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ରାକ୍ଷୀ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିାମା ବୋଲି କୁହାଯିବା ସହ ଶ୍ରୀ ବଳଭଦ୍ର ଠାକୁରଙ୍କ ଜନ୍ମ ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ । ଭାଇ-ଭଉଣୀଙ୍କ ମଧ୍ୟରେ ପବିତ୍ର ବନ୍ଧନର ପ୍ରତୀକ ହେଉଛି ଏହି ରାକ୍ଷୀ । ହସଖୁସି ଓ ଆନନ୍ଦ ଉଲ୍ଲାସରେ ଆଜି ସାରା ଦେଶରେ ପାଳିତ ହେଉଛି ରାକ୍ଷୀ ପୂର୍ଣ୍ଣମୀ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ ତାର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଆଜି ରକ୍ଷା ବନ୍ଧନ  ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମନ୍ତ୍ରୀ ଉଷା ଦେବୀ । ପ୍ରଜାପିତା ବ୍ରହ୍ମକୁମାରୀ ଓ ସ୍କୁଲ ଛାତ୍ରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ।