Home Uncategorized ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ : ସପ୍ତମ ବେତନ କମିଶନକୁ ମିଳିପାରେ ଅନୁମୋଦନ

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ : ସପ୍ତମ ବେତନ କମିଶନକୁ ମିଳିପାରେ ଅନୁମୋଦନ

0

ଭୁବନେଶ୍ୱର: ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା କ୍ୟାବିନେଟରେ ପ୍ରାୟ ୧୦ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର ।  ସନ୍ଧ୍ୟା ୫ଟା ୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ୪ଟି ପ୍ରସ୍ତାବ ଉପରେ ଆଲୋଚନା ଲାଗି ମନ୍ତ୍ରୀମାନଙ୍କୁ ଏଜେଣ୍ଡା ଦିଆଯାଇଛି ।

ସୂଚନା ମୁତାବକ, ମଙ୍ଗଳବାର କ୍ୟାବିନେଟ୍ ସପ୍ତମ ବେତନ କମିସନ ସୁପାରିସ ଲାଗୁ ପ୍ରସ୍ତାବକୁ ବିଧିବଦ୍ଧ ଅନୁମୋଦନ ଦେବେ । ଏ ସଂକ୍ରାନ୍ତ ପ୍ରସ୍ତାବ ମନ୍ତ୍ରୀମାନଙ୍କୁ କ୍ୟାବିନେଟ୍ ବୈଠକରେ ହିଁ ଦିଆଯିବ । ସେହିପରି ନିୟମିତ କର୍ମଚାରୀଙ୍କ ବ୍ୟତୀତ ଚୁକ୍ତିଭିତିକ, ୱାର୍କଚାର୍ଜ, ପୌର କର୍ମଚାରୀ ଓ ସାହାଯ୍ୟ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କ ବେତନ ବୃଦ୍ଧି ସଂପର୍କରେ ଆଲୋଚନା ହେବାର ସୂଚନା ରହିଛି । ଏତଦବ୍ୟତୀତ ନୂଆ ଟେଲିକମ ନୀତି ଓ ୨୦୧୭-୧୮ ବର୍ଷରେ ଖରିଫ ଫସଲ ସଂଗ୍ରହ ନେଇ ମଧ୍ୟ ନିଷ୍ପତି ହେବାର ସମ୍ଭାବନା ରହିଛି । ସେହିଭଳି ପାରାଦୀପ ତୈଳ ବିଶୋଧନାଗାରର ଟିକସକୁ ନେଇ ରାଜ୍ୟ ସରକାର ଓ ଆଇଓସିଏଲ୍ ମଧ୍ୟରେ ହୋଇଥିବା ନୂଆ ବୁଝାମଣା ପ୍ରସ୍ତାବ କ୍ୟାବିନେଟ୍ ଅନୁମୋଦନ ପାଇଁ ଆସିବ । ଏହିପରି ମୋଟ ୧୦ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ।

LEAVE A REPLY

Please enter your comment!
Please enter your name here