Home Uncategorized ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର ! ସବୁ ଶୈବପୀଠ ଚଳଚଞ୍ଚଳ

ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର ! ସବୁ ଶୈବପୀଠ ଚଳଚଞ୍ଚଳ

0

ଭୁବନେଶ୍ୱର : ଆଜି ଶ୍ରାବଣ ମାସର ଶେଷ ତଥା ଚତୁର୍ଥ ସୋମବାର । ଆସନ୍ତା ସୋମବାରରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହି ସୋମବାରକୁ ହିଁ ଶେଷ ସୋମବାର ଭାବେ ମନାଯାଉଛି ।   ଆଜି ଶ୍ରଦ୍ଧାଳୁଙ୍କ ନିମନ୍ତେ ଶେଷ ସୋମବାର ହୋଇଥିବାରୁ ଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କରିବା ପାଇଁ ରାଜ୍ୟର ସମସ୍ତ ଶୈବପୀଠଗୁଡ଼ିକରେ ସକାଳୁ ଭିଡ଼ ଜମିଛି । ସବୁ ଶୈବପୀଠରେ ସକାଳୁ ସକାଳୁ  କାଉଡ଼ିଆଙ୍କ ଭିଡ଼ ଲାଗିଛି । କାଉଡିଆମାନେ  ବିଭିନ୍ନ ନଦୀ ଓ ଜଳାଶୟରୁ ପବିତ୍ର ଜଳ ଭାର ଆଣି ଜଳଲାଗି କରୁଛନ୍ତି ।

ବିଶେଷ କରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ସମତେ ରାଜ୍ୟର ଅନ୍ୟ ଶୈବପୀଠଗୁଡିକରେ ଭକ୍ତଙ୍କ ଭିଡ଼ ଲାଗିଛି । ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ଦିନ ୧୨ଟା ଯାଏଁ ସାହାଣ ମେଲା ସହ କାଉଡିଆମାନେ ଜଳ ଲାଗି କରିବାର ବ୍ୟବସ୍ଥା ରହିଛି । ସେହିଭଳି ପୁରୀର ଲୋକନାଥ, କଟକର ଧବେଶ୍ୱଳର, ନୟାଗଡ଼ର ଲଡୁବାବା, ଭଦ୍ରକର ଆରଡ଼ି ଏବଂ ଢେଙ୍କାନାଳର କପିଳାସ ପୀଠ ସମେତ ରାଜ୍ୟର ସମସ୍ତ ପ୍ରମୁଖ ଶିବ ମନ୍ଦିରରେ କାଉଡ଼ିଆମାନେ ଜଳଲାଗି କରୁଛନ୍ତି । ସବୁଠି ପୋଲିସ୍ ଓ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଜଳ ଲାଗି ପାଇଁ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here