Home Uncategorized ଆଜି ଶ୍ରାବଣ ମାସର ତୃତୀୟ ସୋମବାର, ଜଳଲାଗି ପାଇଁ ଶୈବପୀଠଗୁଡ଼ିକରେ କାଉଡିଆଙ୍କ ଭିଡ଼

ଆଜି ଶ୍ରାବଣ ମାସର ତୃତୀୟ ସୋମବାର, ଜଳଲାଗି ପାଇଁ ଶୈବପୀଠଗୁଡ଼ିକରେ କାଉଡିଆଙ୍କ ଭିଡ଼

0

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ । ମହାଦେବଙ୍କୁ ଜଳଲାଗି ପାଇଁ ଶୈବପୀଠଗୁଡିକରେ କାଉଡିଆଙ୍କ ଭିଡ଼ ଲାଗିଛି । ବିଶ୍ୱାସ ରହିଛି ଶ୍ରାବଣ ମାସ ସୋମବାରରେ ଭୋଳାବାବାଙ୍କୁ ଜଳଲାଗି କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ । ଏଥିପାଇଁ ସକାଳୁ ସକାଳୁ ରାଜ୍ୟର ସମସ୍ତ ଶୈବପୀଠଗୁଡ଼ିକରେ କାଉଡ଼ିଆଙ୍କ ଭିଡ଼ ଲାଗିଛି ।   ଲିଙ୍ଗରାଜ ମନ୍ଦିରରେ ଦିନ ୧୨ଟା ଯାଏ ସାହାଣ ମେଲା ସହ କାଉଡିଆମାନେ ଜଳ ଲାଗି କରିବା ଲାଗି ବ୍ୟବସ୍ଥା ରହିଛି । ସେହିଭଳି ପୁରୀର ଲୋକନାଥ, କଟକର ଧବେଶ୍ୱଳର, ନୟାଗଡ଼ର ଲଡୁବାବା, ଭଦ୍ରକର ଆରଡ଼ି ଏବଂ ଢେଙ୍କାନାଳର କପିଳାସ ପୀଠ ସମେତ ରାଜ୍ୟର ସମସ୍ତ ପ୍ରମୁଖ ଶିବ ମନ୍ଦିରରେ କାଉଡିଆମାନେ ଜଳଲାଗି କରୁଛନ୍ତି । ସବୁଠି ପୋଲିସ୍ ଓ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଜଳଲାଗି ନିମନ୍ତେ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here