Home Uncategorized ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି , ଅପରାହ୍‌ଣ ସାଢ଼େ ୩ରୁ ସାଢ଼େ ୭ ଯାଏ...

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି , ଅପରାହ୍‌ଣ ସାଢ଼େ ୩ରୁ ସାଢ଼େ ୭ ଯାଏ ଦର୍ଶନ ବନ୍ଦ

0
ପୁରୀ : ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଦ୍ଵାର ବନ୍ଦ ରଖି ନୀତି କରାଯିବ । ଏହି ନୀତି ପାଇଁ  ଅପରାହ୍ନ ସାଢ଼େ ୩ଟାରୁ ସନ୍ଧ୍ୟା ସାଢ଼େ ୭ଟା ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ ।  ଦ୍ୱିପହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳିରେ ତିଆରି ପ୍ରସାଧନ ସାମଗ୍ରୀରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଶ୍ରୀମନ୍ଦିର ସ୍ୱତ୍ଵ ଲିପି ଅନୁଯାୟୀ ପ୍ରତ୍ୟେକ ୧୫ ଦିନରେ ଏହି ନୀତି ହେବା ପାଇଁ ବିଧି ରହିଛି ।