Home Uncategorized ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୨ ତମ ଜୟନ୍ତୀ, ରାଜ୍ୟର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ...

ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୨ ତମ ଜୟନ୍ତୀ, ରାଜ୍ୟର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

0
ଭୁବନେଶ୍ୱର: ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୨ ତମ ଜୟନ୍ତୀ ।  ଦେଶ ସ୍ୱାଧୀନତା ପରେ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହେଉଛି । ଏଥିପାଇଁ ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରନ୍ ଫର ୟୁନିଟି’ କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦ ହଜାର ଲୋକ ଅଂଶ ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ, କ୍ରୀଡ଼ା ମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।  ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୨ ତମ ଜୟନ୍ତୀ ଅବସରରେ ଦେଶ ସାରା ରନ ଫର ୟୁନିଟି କାଯ୍ୟକ୍ରମ ଆୟୋଜନ କରାଯାଉଛି । ଭୁବନେଶ୍ୱରର ପଟିଆଠାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ନେତୃତ୍ୱରେ ସାଢେ ୬ଟାରେ ଏକତା ଦୌଡ ଆରମ୍ଭ ହୋଇଛି । ଏହି ଗଣଦୌଡରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ସେହିପରି ଭୁବନେଶ୍ୱରର ସିଆର୍‌ପିଏଫ କ୍ୟାମ୍ପସରେ ମଧ୍ୟ ରଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଛି । ସିଆରପିଏଫ ଆଇଜି କେ.କେ.ଶର୍ମାଙ୍କ ନେତୃତ୍ୱରେ ଗଣଦୌଡ କରାଯାଇଛି । ଏହି ଗଣଦୌଡରେ ବହୁ କର୍ମଚାରୀ ଓ ବରିଷ୍ଠ ପଦାଧିକାରୀ ସାମିଲ ହୋଇଛନ୍ତି ।  ପୁରୀ ବେଳାଭୁମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଏକ ବାଲୁକା ପ୍ରତିମୂର୍ତ୍ତି ତିଆରି କରିଛନ୍ତି ।