Home Uncategorized ଆଜି ହଉଚି ସହିଦ ଦିବସ

ଆଜି ହଉଚି ସହିଦ ଦିବସ

0

ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ । ୧୯୪୮ ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀ ହତ୍ୟାର ଶିକାର ହୋଇଥିଲେ । ଅପରାହ୍ନ ୫ଟା ୧୭ ମିନିଟ ସମୟରେ ବିଡ଼ଳା ଭବନରେ ସନ୍ଧ୍ୟା ପ୍ରାର୍ଥନା ପାଇଁ ବାହାରୁଥିବା ବେଳେ ତାଙ୍କୁ ନାଥୁରାମ ବିନାୟକ ଗୋଡ଼ସେ ପିସ୍ତଲରୁ ତିନି ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଥିଲେ I ଆମ ଦେଶରେ ଆଜିର ଦିନଟିକୁ ସହିଦ ଦିବସ ବା ସର୍ବୋଦୟ ଦିବସ ଭାବେ ପାଳନ କରାଯାଏ । ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ଦିବସ ପାଳିତ ହୁଏ । ଏହି ଦିବସରେ ଆମର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀ ଏବଂ ତିନିସେନାର ପ୍ରମୁଖ ଏକତ୍ର ଦିଲ୍ଲୀ ରାଜଘାଟରେ ଥିବା ବାପୁଙ୍କ ସମାଧି ପୀଠକୁ ଯାଇ ପୁଷ୍ପ ଅର୍ପଣ କରିବେ । ଦିନ ଏଗାରଟାରେ ମହାତ୍ମା ତଥା ଅନ୍ୟ ସହିଦଙ୍କ ସ୍ମୃତିରେ ସମଗ୍ର ଦେଶରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here