Home Uncategorized ଆଜି ହେଉଛି ପ୍ରଧାନମନ୍ତ୍ରୀଙ୍କର ୬୮ ତମ ଜନ୍ମ ଦିବସ !

ଆଜି ହେଉଛି ପ୍ରଧାନମନ୍ତ୍ରୀଙ୍କର ୬୮ ତମ ଜନ୍ମ ଦିବସ !

0
ଭୁବନେଶ୍ୱର ; ଆଜି ହେଉଛି ପଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମଦିନ । ଆଜି ୬୮ ବର୍ଷ ବୟସରେ ପାଦଥାପିବେ ମୋଦି । ଏହି ଅବସରରେ ମୋଦିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସୋସିଆଲ ମିଡିଆରେ ପ୍ରତି ମୁହୁର୍ତ୍ତରେ ମୋଦିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛନ୍ତି ପ୍ରଶଂସକ । ଟ୍ୱିଟର ପେଜ୍ ଖୋଲିବା ବେଳେ କେବଳ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ହିଁ ଦେଖିବାକୁ ମିଳିଛି ।ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟର ମାଧ୍ୟମରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ମିଳିଛି ।ଟ୍ୱିଟରରେ ଜଣେ କୁନି ଝିଅ ଏକ ଭିଡିଓ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି । ସେହି କୁନି ଝିଅଙ୍କ ଭିଡିଓ ବହୁ ମାତ୍ରାରେ ଟ୍ୱିଟ୍ ମଧ୍ୟ ହେଉଛି । ଏମିତିକି ନିଜେ ପ୍ରଧାନମନ୍ତ୍ରୀ ମଧ୍ୟ ଧନ୍ୟବାଦ ଜଣାଇବା ସହ ଭିଡିଓକୁ ଟ୍ୱିଟ୍ ମଧ୍ୟ କରିଛନ୍ତି । ଖାଲି ସେତିକି ନୁହେଁ ଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ମୋଦିଙ୍କର ଦୀର୍ଘ ଆୟୁଷ କାମନା କରିବା ସହ ଆଗକୁ ମଧ୍ୟ ମୋଦି ଏହିଭଳି ଦେଶକୁ ଆଗେଇ ନିଅନ୍ତୁ ବୋଲି କହିଛନ୍ତି । ତେବେ ନିଜ ନିର୍ବାଚନ ମଣ୍ଡଳୀ ବାରଣାସୀରେ ମୋଦି ପାଳିବେ ନିଜର ଜନ୍ମ ଦିନ । କାଶୀରେ ମୋଦି ପ୍ରାୟ ୬ ଶହ କୋଟି ଟଙ୍କାର ନୂଆ ପ୍ରକଳ୍ପ ଓ ଯୋଜନାର ଶିଳାନ୍ୟାସ କରିବେ । ଏହାଛଡା ସ୍କୁଲ ପିଲାଙ୍କୁ ଭେଟି ବାର୍ତାଳାପ କରିବାର କାର‌୍ୟ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ବାରାଣାସୀ ବିମାନବନ୍ଦରରୁ ଏକ ହେଲିକପ୍ଟର ଯୋଗେ ଡିରେକା ଯିବେ । ସେଠାରୁ ସେ କାଶି ବିଦ୍ୟାପୀଠ ବ୍ଲକର ନରଉରରେ ପହଞ୍ଚି ପ୍ରାଥମିକ ସ୍କୁଲ ପିଲାଙ୍କ ସହ କେକ୍ କାଟି ୬୮ତମ ଜନ୍ମଦିବସ ପାଳନ କରିବେ । ପ୍ରଧାନମନ୍ତ୍ରୀ କାର‌୍ୟ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ଅପରାହ୍ନରେ କାଶିରେ ମୋଦି ପହଞ୍ଚିବେ । ସେଠାରେ ଏକ ସ୍ୱେଚ୍ଛାସେବୀ ସଂଗଠନ ‘ରୁମ୍ ଟୁ ରିଡ୍’ଠାରୁ ସାହାଯ୍ୟ ପାଉଥିବା ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା ହେବେ । ଏହାପରେ ଡିଏଲ୍ଡବ୍ଲ୍ୟୁ ପରିସରରେ କାଶୀ ବିଦ୍ୟାପୀଠର ଛାତ୍ରଙ୍କ ସହ ମଧ୍ୟ କଥାବାର୍ତ୍ତା କରିବେ । ସୂଚନା ଅନୁଯାୟୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ୫୦୦ କୋଟି ଟଙ୍କାରୁ ବିଭିନ୍ନ ଜନହିତକର ଯୋଜନାର ଉଦ୍ଘାଟନ କରିବେ । ଏହି କାର‌୍ୟ୍ୟକ୍ରମ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଏମ୍ପି ଥିଏଟରରେ ଆୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଯେଉଁ ସବୁ ଯୋଜନା ଗୁଡିକ ଲୋକାର୍ପିତ ହେବ ସେଥିରେ ପୁରୁଣା କାଶି ପାଇଁ ଇଣ୍ଟିଗ୍ରେଟେଡ୍ ପାଓ୍ୱାର ଡେଭଲପ୍ମେଣ୍ଟ ସ୍କିମ୍ ଓ ବିଏଚ୍ୟୁରେ ଅଟଲ ଇନ୍କ୍ୟୁବେଶନ୍ ସେଣ୍ଟର ମଧ୍ୟ ସାମିଲ ରହିଛି । ଜନ୍ମଦିନ କାର‌୍ୟ୍ୟକ୍ରମ ସରିବା ପରେ, ଡିରେକା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ କାଶୀ ବିଶ୍ୱନାଥ ମନ୍ଦିରର ପ୍ରଶସ୍ତିକରଣ, ବନାରସରେ ଗତ ଚାରି ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର‌୍ୟ୍ୟ ସମ୍ବନ୍ଧରେ ଲୋକଙ୍କୁ ସୂଚନା ଦିଆଯିବାର କାର‌୍ୟ୍ୟକ୍ରମ ରହିଛି । ।