Home Uncategorized ଆଜି ହେରା ପଞ୍ଚମୀ, ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିବେ ନନ୍ଦିଘୋଷ ରଥ କାଠ

ଆଜି ହେରା ପଞ୍ଚମୀ, ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିବେ ନନ୍ଦିଘୋଷ ରଥ କାଠ

0

ପୁରୀ- ଆଜି ହେରା ପଞ୍ଚମୀ ।  ହେରିବା ଅର୍ଥ ଚାହିଁବା । ଆଷାଢ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା’ ଲକ୍ଷ୍ମୀ  ଠାକୁରାଣୀ କଳାଠାକୁରଙ୍କୁ ଦେଖା କରିବା ପାଇଁ ଗୁଣ୍ଡିଚା ମନ୍ଦିରକୁ ଆସୁଥିବାରୁ ଏହାର ନାମ ହେରାପଞ୍ଚମୀ ରଖାଯାଇଛି ।  ମହାଲକ୍ଷ୍ମୀଙ୍କୁ  ଶ୍ରୀମନ୍ଦିରରେ ଛାଡିଦେଇ  ଶ୍ରୀଜଗନ୍ନାଥ ଘୋଷଯାତ୍ରାରେ ଭାଉ ଭଉଣୀଙ୍କୁ ଧରି ଜନ୍ମବେଦୀକୁ ଆସିଥାନ୍ତି । ଏଥିରେ ଅଭିମାନ କରି ହେରା ପଞ୍ଚମୀ ଦିନ ମହାଲକ୍ଷ୍ମୀ  ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିଥାନ୍ତି ।  ମହାଲକ୍ଷ୍ମୀ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥାନ୍ତି ।  ଅଭିମାନରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିଥାନ୍ତି । ସେଠାରେ ମହାଲକ୍ଷ୍ମୀଙ୍କୁ ବନ୍ଦାପନା ନୀତି କରାଯାଇଥାଏ । ପରେ ଲକ୍ଷ୍ମୀ ଜୟ ବିଜୟ ଦ୍ୱାର ନିକଟରେ ବିଜେ ହେବା ପରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ ।  ଏହାପରେ ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ହେରା ଗୌରୀ ସାହିବାଟେ ଶ୍ରୀମନ୍ଦିରକୁ ଯାଇଥାନ୍ତି। ଏହାପରେ ଆଡପ ମଣ୍ଡପରେ ଲକ୍ଷ୍ମୀ ନାରାୟଣ ବନ୍ଦାପନା କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ଏହି ପରମ୍ପରା ଆଧାରରେ ଆଜି ହେରା ପଞ୍ଚମୀ ନୀତି ପାଳନ ହେଉଛି ।

LEAVE A REPLY

Please enter your comment!
Please enter your name here