Home ଦେଶ ବିଦେଶ ଆଧାରକାର୍ଡ କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଶୁଣାଣୀ !

ଆଧାରକାର୍ଡ କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଶୁଣାଣୀ !

0
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଧାରର ବୈଧତା ଓ ଅନିବାର୍ଯ୍ୟତା ନେଇ ନିଜର ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ।ତେବେ ସାମ୍ବାଧାନିକ ବୈଧତା ଓ ଏହାକୁ ଲାଗୁ କରିଥିବା ବର୍ଷ ୨୦୧୬ ନିୟମକୁ ଚ୍ୟାଲେଞ୍ଜ କରୁଥିବା ଦଲିଲ୍ ଉପରେ ସାଢେ ୪ ବର୍ଷ ପରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ତେବେ ଆଧାର ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଲୋକଙ୍କ ପାଇଁ ଏହା ଜରୁରୀ ବୋଲି ନିଷ୍ପତ୍ତି ହୋଇଛି । ଏହିରାୟ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଶୁଣାଇଛନ୍ତି । ଅନ୍ୟପଟେ ଏ ମାମଲା ନେଇ ଜଷ୍ଟିସ ସିକ୍ରି , ପ୍ରଧାନବିଚାରପତି ଦୀପକ ମିଶ ୍ରଓ ଜଷ୍ଟିସ ଖାନୱିଲକରଙ୍କ ପକ୍ଷରୁ ନିଷ୍ପତ୍ତି ପଢିଛନ୍ତି ଜଷ୍ଟିସ ସିକ୍ରି । ଆଧାର କାର୍ଡ ଲୋକଙ୍କ ପାଇଁ ଏବେ ନିହାତି ଆବଶ୍ୟକ । ବ୍ୟାଙ୍କ ଖାତା ,ସବସିଡି ଠାରୁ ଆରମ୍ଭ କରି ଅନେକ ଜନ କଲ୍ୟାଣ ଯୋଜନାର ଲାଭ ଉଠାଇବା ପାଇଁ ଏହା ନିତ୍ୟାନ୍ତ ଜରୁରୀ । ଆଧାରକୁ ଅନେକ କେନ୍ଦ୍ରୀୟ ଯୋଜନାରେ ଯୋଡାଯାଇଛି । ଯେଉଁ କାରଣରୁ ଯୋଜନା ଗୁଡିକର ଲାଭ ଗରିବ ମାନଙ୍କ ପାଖରେ ପହଞ୍ଚି ପାରୁନି । ତେବେ ଗରିବ ମାନଙ୍କ ପାଇଁ ଆଧାରକାର୍ଡ ସାମର୍ଥ୍ୟର ଜରିଆ ହୋଇଛି । ସେପଟେ ସୁପ୍ରିମକୋର୍ଟ କହିଛନ୍ତି ଆଧାରର ନକଲି କରିବାର ସମ୍ଭାବନା ନାହିଁ । ଏହା ବି କହିଛନ୍ତି ଶିକ୍ଷା ଆମକୁ ଆଙ୍ଗୁଳି ଛାପରୁ ହସ୍ତାକ୍ଷର ଆଡକୁ ନେଇଯାଇଥିଲା । କିନ୍ତୁ ଏବେ ପ୍ରଯୁକ୍ତି ବିଦ୍ୟା ପୁଣି ।ମକୁ ଆଙ୍ଗୁଳି ଛାପକୁ ନେଇଯାଇଛି । ସୁପ୍ରିମକୋର୍ଟ କହିଲେ ଆଧାର ଉପରେ ପ୍ରଶ୍ନ କରିବା ସମ୍ବିଧାନ ବିରୋଧ । ଏବଂ ମୋବାଇଲ ଓ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରିବା କରିବା ଜରୁରୀ ନୁହେଁ । ସୁପ୍ରିମକୋର୍ଟ କହିଲେ ଆୟକର ରିଟର୍ଣ୍ଣ ପାଇଁ ଆଧାର ବାଧ୍ୟତାମୂଳକ । ଆଧାର କାର୍ଡ ସ୍କୁଲରେ ନାମଲେଖା ପାଇଁ ଜରୁର ନୁହେଁ । ତେବେ ଘରୋଇ କମ୍ପାନୀଗୁଡିକ ମଧୟ ଆଧାର ମାଗିପାରିବେ ନାହିଁ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ତାହା ସହିତ ସିବିଏସଇ ଓ ୟୁଜିସରେ ଅନିବାର୍ଯ୍ୟ । ଏଥିପାଇଁ ଆଧାରର ଆଇନ ଧାରା ୫୭ କୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ । ଆଧାରର ତଥୂକୁ ଅଧିକ ସୁରକ୍ଷିତ ରଖିବା ପାଇଁ କଡା କେନ୍ଦ୍ରସରକାରଙ୍କୁ ଏହି ଅବସରରେ ଖଣ୍ଡପୀଠପରାମର୍ଶ ଦେଇଛନ୍ତି ।