Home ବାଣିଜ୍ୟ ଆମାଜନ୍ ଇଣ୍ଡିଆ ପକ୍ଷରୁ ପ୍ରାଇମ୍ ସଦସ୍ୟଙ୍କ ପାଇଁ ୩୬ ଘଂଟିଆ ପ୍ରାଇମ୍ ଡେ ଯୋଜନା

ଆମାଜନ୍ ଇଣ୍ଡିଆ ପକ୍ଷରୁ ପ୍ରାଇମ୍ ସଦସ୍ୟଙ୍କ ପାଇଁ ୩୬ ଘଂଟିଆ ପ୍ରାଇମ୍ ଡେ ଯୋଜନା

ବାଙ୍ଗାଲୁର୍ : ଦେଶର ଅଗ୍ରଣୀ ଅନଲାଇନ୍ ସଂସ୍ଥା ଆମାଜନ୍ ଇଣ୍ଡିଆ ପକ୍ଷରୁ ଏହାର ପ୍ରାଇମ୍ ସଦସ୍ୟଙ୍କ ପାଇଁ ପ୍ରାଇମ୍ ଡେ ଯୋଜନା ପ୍ରସ୍ତୁତ କରାଯାଇଛି । ଏହା ୨୦୧୮ ଜୁଲାଇ ୧୬ ମଧ୍ୟାହ୍ନରୁ ଜୁଲାଇ ୧୭ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ୩୬ ଘଂଟା ପାଇଁ ଉପଲବ୍ଧ ହେବ । ଏହି ଅବସରରେ ୨୦୦ରୁ ଅଧିକ ନୂଆ ଉତ୍ପାଦର ବଜାର ପ୍ରବେଶ କରାଯିବ । ସେସବୁ ବ୍ରାଣ୍ଡ୍ ମଧ୍ୟରେ ୱାନପ୍ଲସ୍, ନେସଲେ ସେନ୍ ପ୍ଲସ୍, ମାର୍କସ୍ ଆଣ୍ଡ୍ ସ୍ପେନସର୍, ବୁସ୍କ୍, ଏଚପି, ଏସର, ଗ୍ୟାପ୍, ଆସିକ୍ସ୍ ଆଦି ରହିଛି । ଏହି ଅବସରରେ ଆମାଜନ ଇକୋର ଫାୟାର ଟିଭି ଷ୍ଟିକ୍, ଅଲ୍ ନିୟୁ କାଇଣ୍ଡଲେ, କାଇଣ୍ଡଲେ ଓଏସିସ୍, କାଇଣ୍ଡଲେ ପେପର ହ୍ୱାଇଟ୍ ଆଦି ଉପଲବ୍ଧ ହେବ । ସହେିପରି ୭ ନୂଆ ପ୍ରାଇମ୍ ଭିଡ଼ିଓ ଉପଲବ୍ଧ ହେବ । ଏହି ଅବସରରେ ପ୍ରାଇମ୍ ସଦସ୍ୟଙ୍କୁ ବେଙ୍ଗାଲୁର୍, ଦିଲ୍ଲୀ ଏନସିଆର୍, ମୁମ୍ବାଇ ଏବଂ ହାଇଦ୍ରାବାଦ୍ ଆଦିସ୍ଥାନରେ ୨ ଘଂଟା ମଧ୍ୟରେ ସାମଗ୍ରୀ ଡେଲିଭରୀ କରାଯିବ । ଏଚଡିଏଫସି ବ୍ୟାଙ୍କ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାର କରିଥିବା ସଦସ୍ୟଙ୍କୁ ୧୦ପ୍ରତିଶତ ରିହାତି ପ୍ରଦାନ କରାଯିବ । ସେହିପରି ଆମାଜନ ପେ ବାଲାନ୍ସ ବ୍ୟବହାର କରିଥିବା ଗ୍ରାହକଙ୍କୁ ୧୦ ପ୍ରତିଶତ ରିହାତି ଯୋଗାଇ ଦିଆଯିବ । ସେହିପରି ମୋବାଇଲ୍ ଏବଂ ଅନ୍ୟ ଆପଲାଏନ୍ସ୍ରେ ଏକ୍ସଚେଞ୍ଜ୍ ଅଫର ସହିତ ୮୦୦୦ରୁ ଅଧିକ ଉତ୍ପାଦ ଉପରେ ନୋ କଷ୍ଟ ଇଏମ୍ଆଇ ଉପଲବ୍ଧ ହେବ । ପ୍ରଥମ କରି ମୁମ୍ବାଇ, ଦିଲ୍ଲୀ ଏନସିଆର୍, ବେଙ୍ଗାଲୁର୍, ଚେନ୍ନାଇ ଏବଂ କୋଲକତାଠାରେ ଥିବା ଭଚ୍ୟୁଆଲ୍ ରିଅଲିଟି ମଲ୍ରେ ଶ୍ରେଷ୍ଠ ବ୍ରାଣ୍ଡ୍ର ବଜାର ପ୍ରବେଶ ହେବ । ଏହି ଯୋଜନାରେ ହିନ୍ଦୀ, ତାମିଲ୍, ତେଲୁଗୁ, ପଞ୍ଜାବୀ, ମାଲାୟଲମ୍, ଗୁଜୁରାଟୀ, ରାଜସ୍ଥାନୀ, ବଙ୍ଗାଳୀ ଆଦି ୭ଟି ଭାଷା ସହିତ ଆସାମୀ ଏବଂ ଓଡ଼ିଆ ଭାଷାର ପ୍ରାଇମ୍ ମ୍ୟୁଜିକ୍ର ବଜାର ପ୍ରବେଶ ହେବ । ଏହା ଦ୍ୱାରା ବିଶ୍ୱ ବ୍ୟାପି ୧୭ଟି ଦେଶର ୧୦୦ନିୟୁତରୁ ଅଧିକ ପ୍ରାଇମ୍ ସଦସ୍ୟ ବେଶ୍ ଉପକୃତ ହୋଇପାରିବେ । ଏହି ଅବସରରେ ଆମାଜନ ଇଣ୍ଡିଆର ବରିଷ୍ଠ ଉପସଭାପତି ତଥା କଂଟ୍ରି ହେଡ୍ ଅମିତ୍ ଅଗ୍ରୱାଲ କହିଛନ୍ତି ଯେ, “ ପ୍ରାଇମ୍ ଆମର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏହା ଅମାଜନ୍ର ଇଣ୍ଡିଆର ସଦସ୍ୟଙ୍କୁ ଫାଷ୍ଟ ଏବଂ ଫ୍ରି ଡେରିଭରୀ , ଆଡ୍ ଫ୍ରି ଭିଡିଓ ଷ୍ଟ୍ରିମିଂ, ଏକ୍ସକ୍ଲୁସିଭ୍ ଚୟନ ଏବଂ ଡିଲ୍ ପ୍ରଭୃତି ଉପଲବ୍ଧ କରାଇବ । ଏହି ଅବସରରେ ପ୍ରାଇମ୍ ସଦସ୍ୟଙ୍କୁ ବେଙ୍ଗାଲୁର୍, ଦିଲ୍ଲୀ ଏନସିଆର୍, ମୁମ୍ବାଇ ଏବଂ ହାଇଦ୍ରାବାଦ୍ ଆଦିସ୍ଥାନରେ ୨ ଘଂଟା ମଧ୍ୟରେ ସାମଗ୍ରୀ ଡେଲିଭରୀ କରାଯିବ । ଏହି ଅବସରରେ ବିଶ୍ୱବ୍ୟାପି ୧୦୦ ନିୟୁତରୁ ଅଧିକ ପ୍ରାଇମ୍ ସଦସ୍ୟ ଉପକୃତ ହୋଇପାରିବେ । ଆମେ ଭାରତରେ ଗ୍ରାହକମାନଙ୍କ ପାଇଁ ୩୬ ଘଂଟାର ଏକ୍ସକ୍ଲୁସିଭ୍ ସପିଂ ଅଭିଜ୍ଞତା ପ୍ରଦାନ କରୁଥିବାରୁ ବେଶ୍ ଆନନ୍ଦିତ ।” ଏହି ଅବସରରେ ପୁରୁଷଙ୍କ ଆପେରାଲ ମଧ୍ୟରେ ଆରଥୁର ହାର୍ଭେ, ହୋଲ୍ ସ୍ପାଇସ୍, ସୋଲିମୋ ଆଦିର ବଜାର ପ୍ରବେଶ ହେବ । ଚଳିତ ବର୍ଷ ମୋବାଇଲ୍, ଟିଭି, ଲ୍ୟାପଟପ୍, ଆପଲାଏନ୍ସ୍, ଫେଶନ ଆଦି ପକେଟକୁ ସୁହାଇଲା ଭଳି ମୂଲ୍ୟରେ ଯୋଗାଇ ଦିଆଯିବ ।